କ୍ରିକେଟରେ ପ୍ରଥମ ରେଡ୍ କାର୍ଡର ଶିକାର ହେଲେ ସୁନିଲ ନାରାୟଣ
ନୂଆଦିଲ୍ଲୀ: ତ୍ରିନବାଗୋ ନାଇଟ୍ ରାଇଡର୍ସ ପ୍ରଥମ କ୍ରିକେଟ୍ ଦଳ ଭାବେ ରେଡ୍କାର୍ଡ ପାଇଛି। କାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଟ୍ବେଣ୍ଟି-୨୦ ମ୍ୟାଚ୍ ବେଳେ ଧିମା ଓଭର ବୋଲିଂ ପାଇଁ ତ୍ରିନବାଗୋ ନାଇଟ୍ ରାଇଡର୍ସକୁ ଏହି ରେଡ୍ କାର୍ଡ ମିଳିଥିଲା। ଫଳରେ କ୍ରିକେଟ୍ରେ ପ୍ରଥମ ରେଡ୍ କାର୍ଡର ଶିକାର ହୋଇଥିଲେ ଏହି ଦଳର ସ୍ପିନର ସୁନିଲ ନାରାୟଣ। ଧିମା ଓଭର ବୋଲିଂ ଲାଗି ଦଳ ରେଡ୍ କାର୍ଡ ପାଇବାରୁ ଅଧିନାୟକ କିରଣ ପୋଇଲାର୍ଡ ଫିଲ୍ଡିଂର ଶେଷ ଓଭରରେ ସ୍ପିନର […]
ନୂଆଦିଲ୍ଲୀ: ତ୍ରିନବାଗୋ ନାଇଟ୍ ରାଇଡର୍ସ ପ୍ରଥମ କ୍ରିକେଟ୍ ଦଳ ଭାବେ ରେଡ୍କାର୍ଡ ପାଇଛି। କାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଟ୍ବେଣ୍ଟି-୨୦ ମ୍ୟାଚ୍ ବେଳେ ଧିମା ଓଭର ବୋଲିଂ ପାଇଁ ତ୍ରିନବାଗୋ ନାଇଟ୍ ରାଇଡର୍ସକୁ ଏହି ରେଡ୍ କାର୍ଡ ମିଳିଥିଲା। ଫଳରେ କ୍ରିକେଟ୍ରେ ପ୍ରଥମ ରେଡ୍ କାର୍ଡର ଶିକାର ହୋଇଥିଲେ ଏହି ଦଳର ସ୍ପିନର ସୁନିଲ ନାରାୟଣ। ଧିମା ଓଭର ବୋଲିଂ ଲାଗି ଦଳ ରେଡ୍ କାର୍ଡ ପାଇବାରୁ ଅଧିନାୟକ କିରଣ ପୋଇଲାର୍ଡ ଫିଲ୍ଡିଂର ଶେଷ ଓଭରରେ ସ୍ପିନର ନାରାୟଣଙ୍କୁ ବାହାରକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଓଟ୍ସ ବିପକ୍ଷ ଏହି ମ୍ୟାଚ୍ରେ ଶେଷ ଓଭରରେ ପୋଲାର୍ଡଙ୍କ ଦଳ ୧୦ ଜଣଙ୍କୁ ନେଇ ଫିଲ୍ଡିଂ କରିଥିଲା। କିନ୍ତୁ ସେତେବେଳକୁ ନାରାୟଣ (୩/୨୪) ନିଜର ୪ ଓଭର ବୋଲିଂ କୋଟା ପୂରଣ କରିସାରିଥିଲେ। ୧୦ ଜଣଙ୍କ ଫିଲ୍ଡରଙ୍କ ଫାଇଦା ଉଠାଇ କିଟ୍ସ ଓ ନେଭିସ ପାଟ୍ରିଓଟ୍ସ ଶେଷ ଓଭରରେ ୧୮ ରନ୍ ସଂଗ୍ରହ କରିଥିଲା। ଫଳରେ ଦଳ ୧୭୮/୫ ରନ୍ କରିପାରିଥିଲା। ଜବାବରେ ପୋଲାର୍ଡଙ୍କ ଦଳ ୧୭.୧ ଓଭରରେ ୪ ଓ୍ବିକେଟ୍ ହରାଇ ବିଜୟୀ ହୋଇଥିଲା। ସୂଚନାଯୋଗ୍ୟ ଯେ ପ୍ରଥମ ଥର ଲାଗି ସିପିଏଲ୍ରେ ରେଡ୍ କାର୍ଡ ଲାଗୁ କରାଯାଇଛି।




