କ୍ବାଲିଫାୟାର-୧ ରେ ଗୁଜରାଟ ଟାଇଟନ୍ସ ସହିତ ଖେଳିବ ଚେନ୍ନାଇ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସ ୭୭ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୨୩/୩ ସ୍କୋର କରିଥିଲା ବେଳେ ଦିଲ୍ଲୀ ୧୪୬/୯ରେ ଅଟକିଯାଇଥିଲା। ଗାଏକ୍ବାଡଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଷୋଡ଼ଶ ସଂସ୍କରଣ ମଧ୍ୟରୁ ୧୨ ଥର ପ୍ଲେ ଅଫ୍ରେ ପ୍ରବେଶ କରିଥିବା ଚେନ୍ନାଇ ମଙ୍ଗଳବାର ପ୍ରଥମ କ୍ବାଲିଫାୟାରରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ପ୍ଲେ ଅଫ୍ ପାଇଁ ଏହି ମୁକାବିଲାରେ […]

Samaya Live Picture
Published On

ନୂଆଦିଲ୍ଲୀ : ଚେନ୍ନାଇ ସୁପରକିଙ୍ଗ୍ସ ୭୭ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୨୩/୩ ସ୍କୋର କରିଥିଲା ବେଳେ ଦିଲ୍ଲୀ ୧୪୬/୯ରେ ଅଟକିଯାଇଥିଲା। ଗାଏକ୍ବାଡଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଷୋଡ଼ଶ ସଂସ୍କରଣ ମଧ୍ୟରୁ ୧୨ ଥର ପ୍ଲେ ଅଫ୍ରେ ପ୍ରବେଶ କରିଥିବା ଚେନ୍ନାଇ ମଙ୍ଗଳବାର ପ୍ରଥମ କ୍ବାଲିଫାୟାରରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ପ୍ଲେ ଅଫ୍ ପାଇଁ ଏହି ମୁକାବିଲାରେ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ବ୍ୟାଟିଂ ନେଇଥିଲେ। ଗାଏକ୍ବାଡ ଓ କନୱେ ପ୍ରଥମ ୱିକେଟ୍ରେ ୧୪୧ ରନ୍ ଯୋଡ଼ିଥିଲେ। ଶିବମ ଦୁବେଙ୍କୁ ସାଥୀ କରି କନୱେ ଦ୍ବିତୀୟ ୱିକେଟ୍ରେ ୫୪ ରନ୍ ଉଠାଇ ଦଳକୁ ଦ୍ବିଶତକର ନିକଟତର କରାଇଥିଲେ। ରବୀନ୍ଦ୍ର ଜାଡେଜା ଶେଷ ୨ ଓଭର ମଧ୍ୟରେ ୭ ବଲ୍ରୁ ଦ୍ରୁତ ୨୦ ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ କିନ୍ତୁ ନିୟମିତ ଅନ୍ତରାଳରେ ୱିକେଟ୍ ହରାଇଥିଲା। କେବଳ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟସମସ୍ତେ ଚେନ୍ନାଇ ବୋଲରଙ୍କୁ ସାମ୍ନା କରିବାକୁ ସଂଘର୍ଷ କରିଥିଲେ। ୱାର୍ଣ୍ଣର ଗୋଟିଏ ପଟରୁ ପାଳିକୁ ସମ୍ଭାଳିବା ସହ ଚଳିତ ଆଇପିଏଲ୍ର ଶ୍ରେଷ୍ଠ ସ୍କୋର କରିଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ମୋଟ୍ ୫୧୬ ରନ୍ କରି ଚଳିତ ଆଇପିଏଲ୍ରୁ ବିଦାୟ ନେଇଥିଲେ।

Tags: