କ୍ବାଲିଫାୟର-୧ରେ ଆଜି ଲଢ଼ିବେ ଚେନ୍ନାଇ ସୁପରକିଙ୍ଗ୍ସ-ଗୁଜରାଟ ଟାଇଟନ୍ସ
ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଫାଇନାଲ୍ ସ୍ଥାନ ପାଇଁ ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସକୁ ଭେଟିବ। ପରାଜିତ ଦଳ ଏଲିମିନେଟର ବିଜୟୀ ଦଳ ସହିତ କ୍ବାଲିଫାୟର-୨ରେ ଖେଳିବ। ମହେନ୍ଦ୍ର ସିଂହ ଧୋନିଙ୍କ ଏହା ସମ୍ଭବତଃ ଶେଷ ଆଇପିଏଲ୍ ହୋଇଥିବାରୁ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁସଂଖ୍ୟାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ତେଣୁ ଘରୋଇ ଦର୍ଶକଙ୍କ ସମର୍ଥନରେ ଚେନ୍ନାଇ […]
ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଫାଇନାଲ୍ ସ୍ଥାନ ପାଇଁ ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସକୁ ଭେଟିବ। ପରାଜିତ ଦଳ ଏଲିମିନେଟର ବିଜୟୀ ଦଳ ସହିତ କ୍ବାଲିଫାୟର-୨ରେ ଖେଳିବ। ମହେନ୍ଦ୍ର ସିଂହ ଧୋନିଙ୍କ ଏହା ସମ୍ଭବତଃ ଶେଷ ଆଇପିଏଲ୍ ହୋଇଥିବାରୁ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା କ୍ବାଲିଫାୟାର-୧ରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁସଂଖ୍ୟାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ତେଣୁ ଘରୋଇ ଦର୍ଶକଙ୍କ ସମର୍ଥନରେ ଚେନ୍ନାଇ ଜିତିବାକୁ ପୂରା ଚେଷ୍ଟା କରିବ ଏବଂ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ରହିବ। ୪ ଥରର ବିଜେତା ଚେନ୍ନାଇକୁ କିନ୍ତୁ ଟେବୁଲର ଶୀର୍ଷରେ ଥିବା ଗୁଜରାଟକୁ ହରାଇବା ସହଜ ହେବନି। ଚେନ୍ନାଇର ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଭଲ ଆରମ୍ଭ ଦେଉଛନ୍ତି। ଶିବମ ଦୁବେ ଚଳିତ ଋତୁରେ ମଧ୍ୟ ସଫଳ ରହିଛନ୍ତି। ସିଏସ୍କେର ଅଭିଜ୍ଞ ଶେଷ ଓଭର ବୋଲର ମାଥୀଶା ପଥିରଣା ଗୁଜରାଟର ଫିନିସର ଡେଭିଡ ମିଲର ଓ ରାହୁଲ ତିୱାତିଆଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ। ଅନ୍ୟପକ୍ଷରେ ଗିଲ୍ ଲଗାତାର ୨ ଶତକ ମାରି ଚେନ୍ନାଇକୁ ସତର୍କ କରାଇଛନ୍ତି। ଗୁଜରାଟର ବୋଲିଂ ମଧ୍ୟ ଭଲ ରହିଛି। ତାରକା ଦ୍ରୁତ ବୋଲର ମହମ୍ମଦ ସାମି ଚମତ୍କାର କରୁଥିଲା ବେଳେ ସ୍ପିନ୍ରେ ରସିଦ ଖାନ ଓ ନୂର ଅହମ୍ମଦ ବିପକ୍ଷ ଦଳକୁ ଅସୁବିଧାରେ ପକାଉଛନ୍ତି। ୫ଟି ଟ୍ବେଣ୍ଟି-୨୦ ପାଳିରେ ଗାଏକ୍ବାଡଙ୍କୁ ରସିଦ ୨ ଥର ଆଉଟ କରିଛନ୍ତି। ଏମ୍ଏ ଚିଦାମ୍ବରମ ଷ୍ଟାଡିୟମ ୮.୪୩ ରନ୍ ରେଟ୍ ସହ ଚଳିତ ଋତୁର ଦ୍ବିତୀୟ ସର୍ବନିମ୍ନ ସ୍କୋର୍ ଭେନ୍ୟୁ। ଡେଥ୍ ଓଭରରେ ୧୨.୦୨ ରେଟ୍ରେ ରନ୍ ସଂଗ୍ରହ କରୁଥିବା ଗୁଜରାଟ ଚେପକ ପିଚ୍ରେ କିଭଳି ଖେଳୁଛି ଦେଖିବାର ଅଛି।




