କୋହଲିଙ୍କ ପରେ ଶାର୍ଦ୍ଦୁଳଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ଦ୍ବିତୀୟ ମ୍ୟାଚ୍ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପ୍ରଦର୍ଶନ ପାଇଁ ଶାର୍ଦୁଳ ଠାକୁରଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଦ୍ବିତୀୟ ମ୍ୟାଚ୍ରେ ଭାରତ ୮ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଆଫଗାନ୍ ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜଙ୍କୁ ଆଉଟ୍ କରିବାରେ ଶାର୍ଦୁଳ ବାଉଣ୍ଡରି ପାଖରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ବ୍ୟାକୱାର୍ଡ ସ୍କୋୟାର ବାଉଣ୍ଡରି ପାଖରେ ଥିବା ବେଳେ ସେ ଏହି କ୍ୟାଚ୍ ନେଇଥିଲେ। କିନ୍ତୁ ଶରୀର ବାଉଣ୍ଡରି ବାହାରକୁ ଚାଲିଯାଉଥିବାରୁ ସେ ତୁରନ୍ତ ବୁଦ୍ଧିମତାର […]

Samaya Live Picture
Published On

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପରେ ଦ୍ବିତୀୟ ମ୍ୟାଚ୍ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷଣ ପ୍ରଦର୍ଶନ ପାଇଁ ଶାର୍ଦୁଳ ଠାକୁରଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଦ୍ବିତୀୟ ମ୍ୟାଚ୍ରେ ଭାରତ ୮ ୱିକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଆଫଗାନ୍ ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜଙ୍କୁ ଆଉଟ୍ କରିବାରେ ଶାର୍ଦୁଳ ବାଉଣ୍ଡରି ପାଖରେ ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ବ୍ୟାକୱାର୍ଡ ସ୍କୋୟାର ବାଉଣ୍ଡରି ପାଖରେ ଥିବା ବେଳେ ସେ ଏହି କ୍ୟାଚ୍ ନେଇଥିଲେ। କିନ୍ତୁ ଶରୀର ବାଉଣ୍ଡରି ବାହାରକୁ ଚାଲିଯାଉଥିବାରୁ ସେ ତୁରନ୍ତ ବୁଦ୍ଧିମତାର ପରିଚୟ ଦେଇ ବଲ୍କୁ ଉପରକୁ ଫିଙ୍ଗି ଦେଇଥିଲେ ଓ ପରେ ପୁଣି ବାଉଣ୍ଡରି ଭିତରକୁ ପ୍ରବେଶ କରି ବଲ୍ ଧରିନେଇଥିଲେ। ମ୍ୟାଚ୍ ଶେଷ ହେବା ପରେ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି.ଦିଲୀପ ସମସ୍ତଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ଶାର୍ଦ୍ଦୁଳଙ୍କୁ ପଦକର ହକ୍ଦାର ଘୋଷଣା କରିଥିଲେ। ପରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ବିରାଟ କୋହଲି ଦ୍ବିତୀୟ ମ୍ୟାଚ୍ର ବିଜେତାଙ୍କୁ ପଦକ ପିନ୍ଧାଇଥିଲେ।

Tags: