କୋରିଆ ଓପନ୍ ସେମିଫାଇନାଲରେ ପ୍ରବେଶ କଲେ ସାତ୍ତ୍ବିକ-ଚିରାଗ

ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏଠାରେ ଚାଲିଥିବା କୋରିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ବିଶ୍ବର ୩ ନମ୍ବର ଏହି ଭାରତୀୟ ଯୋଡ଼ି ୨୧-୧୪, ୨୧-୧୭ରେ ଜାପାନ ଯୋଡ଼ି ତାକୁରୋ ହୋକି ଓ ୟୁଗୋ କୋବାୟାସିଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସାତ୍ତ୍ବିକ-ଚିରାଗଙ୍କୁ ୪୦ ମିନିଟ୍ ସମୟ ଲାଗିଥିଲା। ସେମିଫାଇନାଲ୍ରେ ଏମାନେ ୨୦୨୧ ବିଶ୍ବ ବିଜେତା ତଥା ଦ୍ବିତୀୟ […]

Samaya Live Picture
Published On

ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏଠାରେ ଚାଲିଥିବା କୋରିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ବିଶ୍ବର ୩ ନମ୍ବର ଏହି ଭାରତୀୟ ଯୋଡ଼ି ୨୧-୧୪, ୨୧-୧୭ରେ ଜାପାନ ଯୋଡ଼ି ତାକୁରୋ ହୋକି ଓ ୟୁଗୋ କୋବାୟାସିଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସାତ୍ତ୍ବିକ-ଚିରାଗଙ୍କୁ ୪୦ ମିନିଟ୍ ସମୟ ଲାଗିଥିଲା। ସେମିଫାଇନାଲ୍ରେ ଏମାନେ ୨୦୨୧ ବିଶ୍ବ ବିଜେତା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ୱେଇ କେଙ୍ଗ ଲିଆଙ୍ଗ ଓ ଚାଙ୍ଗ ୱଙ୍ଗଙ୍କୁ ଭେଟିବେ। ଗତମାସରେ ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟ୍ରଫି ଜିତିବା ପରେ ଏହି ଭାରତୀୟ ଯୋଡ଼ିଙ୍କ ପାଇଁ ଏହା ପ୍ରଥମ ପ୍ରତିଯୋଗିତା।

Tags: