କୋରିଆ ଓପନ୍ ଫାଇନାଲରେ ସାତ୍ତ୍ବିକ-ଚିରାଗ
ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କୋରିଆ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ଜାରି ରଖିଛନ୍ତି। ଏଠାରେ ଏହି ଭାରତୀୟ ଯୋଡ଼ି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ରେ ବିଶ୍ବର ୩ ନମ୍ବର ଏହି ଯୋଡ଼ି ୨୧-୧୫, ୨୪-୨୨ରେ ୨୦୨୧ ବିଶ୍ବ ବିଜେତା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ୱେଇ କେଙ୍ଗ ଲିଆଙ୍ଗ ଓ ଚାଙ୍ଗ ୱାଙ୍ଗଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସାତ୍ତ୍ବିକ-ଚିରାଗଙ୍କୁ ମାତ୍ର […]
ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କୋରିଆ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବିଜୟ ଧାରା ଜାରି ରଖିଛନ୍ତି। ଏଠାରେ ଏହି ଭାରତୀୟ ଯୋଡ଼ି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍ରେ ବିଶ୍ବର ୩ ନମ୍ବର ଏହି ଯୋଡ଼ି ୨୧-୧୫, ୨୪-୨୨ରେ ୨୦୨୧ ବିଶ୍ବ ବିଜେତା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ୱେଇ କେଙ୍ଗ ଲିଆଙ୍ଗ ଓ ଚାଙ୍ଗ ୱାଙ୍ଗଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ଜିତିବାକୁ ସାତ୍ତ୍ବିକ-ଚିରାଗଙ୍କୁ ମାତ୍ର ୪୦ ମିନିଟ୍ ସମୟ ଲାଗିଥିଲା। ଏପରିକି ଏହି ଚୀନ୍ ଯୋଡ଼ି ବିପକ୍ଷରେ ସାତ୍ତ୍ବିକ-ଚିରାଗ ପ୍ରଥମ ବିଜୟ ପାଇଥିଲେ। ଗତମାସରେ ଇଣ୍ଡୋନେସିଆ ଓପନ୍ ସୁପର ୧୦୦୦ ଟ୍ରଫି ଜିତିବା ପରେ ଏହି ଭାରତୀୟ ଯୋଡ଼ିଙ୍କ କୋରିଆ ଓପନ୍ ବିଜୟଠୁ ଏବେ ଗୋଟିଏ ପାଦ ଦୂରରେ ରହିଛନ୍ତି। ସାତ୍ତ୍ବିକ-ଚିରାଗ ଫାଇନାଲ୍ରେ ଇଣ୍ଡୋନେସିଆର ଫାଜର ଅଲ୍ଫିଆନ୍ ଓ ମହମ୍ମଦ ରିଆନ୍ ଅର୍ଦିଆନ୍ତୋଙ୍କୁ ଭେଟିବେ।




