କୋରିଆ ଓପନ୍ ଜିତିଲେ ସାତ୍ତ୍ବିକ-ଚିରାଗ
ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କୋରିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟ୍ରଫି ଜିତିଛନ୍ତି। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୧୭-୨୧, ୨୧-୧୩, ୨୧-୧୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଫାଜର ଅଲ୍ଫିଆନ୍ ଓ ମହମ୍ମଦ ରିଆନ୍ ଅର୍ଦିଆନ୍ତୋଙ୍କୁ ପରାସ୍ତ କରିଥିଲେ। ମ୍ୟାଚ୍ରେ ପ୍ରଥମ ସେଟ୍ କଡ଼ା ସଂଘର୍ଷ କରି ହାରିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ସାତ୍ତ୍ବିକ-ଚିରାଗ ସଫଳ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ଦୁଇ ସେଟ୍ ଜିତି ଟ୍ରଫି […]
ୟିଓସୁ: ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କୋରିଆ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟ୍ରଫି ଜିତିଛନ୍ତି। ଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୧୭-୨୧, ୨୧-୧୩, ୨୧-୧୪ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଫାଜର ଅଲ୍ଫିଆନ୍ ଓ ମହମ୍ମଦ ରିଆନ୍ ଅର୍ଦିଆନ୍ତୋଙ୍କୁ ପରାସ୍ତ କରିଥିଲେ। ମ୍ୟାଚ୍ରେ ପ୍ରଥମ ସେଟ୍ କଡ଼ା ସଂଘର୍ଷ କରି ହାରିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ସାତ୍ତ୍ବିକ-ଚିରାଗ ସଫଳ ପ୍ରତ୍ୟାବର୍ତ୍ତନ ସହ ପରବର୍ତ୍ତୀ ଦୁଇ ସେଟ୍ ଜିତି ଟ୍ରଫି କବ୍ଜା କରି ନେଇଥିଲେ। ଏହି ଭାରତୀୟ ଯୋଡ଼ି ଚଳିତ ବର୍ଷ ସ୍ବିସ୍ ଓପନ୍, ଏସୀୟ ଚାମ୍ପିଅନ୍ସିପ୍ ଓ ଇଣ୍ଡୋନେସିଆ ଓପନ୍ ପରେ ଚତୁର୍ଥ ଟ୍ରଫି ଜିତିଛନ୍ତି। ସାତ୍ତ୍ବିକ-ଚିରାଗ ମଧ୍ୟ ଏହି ଇଣ୍ଡୋନେସିଆ ଯୋଡ଼ି ବିପକ୍ଷରେ ଲଗାତାର ତୃତୀୟ ବିଜୟ ପାଇଛନ୍ତି। କୋରିଆ ଓପନ୍ ପୂର୍ବରୁ ସେ ରାଜ୍ୟଗୋଷ୍ଟୀ ସ୍ବର୍ଣ୍ଣ, ଥୋମାସ କପ୍ ସ୍ବର୍ଣ୍ଣ, ବିଶ୍ବ ପ୍ରତିଯୋଗିତାରେ କାଂସ୍ୟ ଏବଂ ୨ଟି ଲେଖାଏଁ ସୁପର ୩୦୦ (ସୟେଦ ମୋଦୀ, ସ୍ବିସ୍ ଓପନ୍) ଓ ସୁପର ୫୦୦ (ଥାଇଲାଣ୍ଡ, ଇଣ୍ଡିଆନ୍ ଓପନ୍), ଗୋଟିଏ ଲେଖାଏଁ ସୁପର ୭୫୦ (ଫ୍ରେଞ୍ଚ ଓପନ୍) ଓ ସୁପର ୧୦୦୦ (ଇଣ୍ଡୋନେସିଆ ଓପନ୍) ଟ୍ରଫି ଜିତିଥିଲେ।




