କୋପା ଆମେରିକା ପରେ ଅବସର ନେବେ ଆର୍ଜେଣ୍ଟିନା ତାରକା ଆଞ୍ଜେଲ୍ ଡି’ମାରିଆ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଫିଫାକ ବିଶ୍ବକପ୍ ବିଜେତା ଫରୱାର୍ଡ ଆଞ୍ଜେଲ୍ ଡି’ମାରିଆ ଆସନ୍ତା ବର୍ଷର କୋପା ଆମେରିକା ଲିଗ୍ ପରେ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେବେ। ଗୁରୁବାର ଡି’ମାରିଆ ନିଜ ଦେଶକୁ ଲଗାତାର ୧୫ ବର୍ଷ ପାଇଁ ପ୍ରତିନିଧିତ୍ବ କରିବା ପରେ ଏହି ଘୋଷଣା କରିଛନ୍ତି। କୋପା ଆମେରିକାରେ ଶେଷ ଥର ପାଇଁ ଆର୍ଜେଣ୍ଟିନା ଜର୍ସି ପରିଧାନ କରିବେ ବୋଲି ଡି’ମାରିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି। ୨୦୦୮ରେ ଆନ୍ତର୍ଜାତିକ ଫୁଟବଲ୍ ପଦାର୍ପଣ କରିଥିବା ଡି’ମାରିଆ ଆର୍ଜେଣ୍ଟିନା ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଫିଫାକ ବିଶ୍ବକପ୍ ବିଜେତା ଫରୱାର୍ଡ ଆଞ୍ଜେଲ୍ ଡି’ମାରିଆ ଆସନ୍ତା ବର୍ଷର କୋପା ଆମେରିକା ଲିଗ୍ ପରେ ଆନ୍ତର୍ଜାତିକ ଫୁଟ୍ବଲ୍ରୁ ଅବସର ନେବେ। ଗୁରୁବାର ଡି’ମାରିଆ ନିଜ ଦେଶକୁ ଲଗାତାର ୧୫ ବର୍ଷ ପାଇଁ ପ୍ରତିନିଧିତ୍ବ କରିବା ପରେ ଏହି ଘୋଷଣା କରିଛନ୍ତି। କୋପା ଆମେରିକାରେ ଶେଷ ଥର ପାଇଁ ଆର୍ଜେଣ୍ଟିନା ଜର୍ସି ପରିଧାନ କରିବେ ବୋଲି ଡି’ମାରିଆ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି। ୨୦୦୮ରେ ଆନ୍ତର୍ଜାତିକ ଫୁଟବଲ୍ ପଦାର୍ପଣ କରିଥିବା ଡି’ମାରିଆ ଆର୍ଜେଣ୍ଟିନା ପାଇଁ ୧୩୬ ମ୍ୟାଚ୍ରେ ଖେଳିଥିଲା ବେଳେ ୪ ବିଶ୍ବକପ୍ରେ ନିଜ ଦେଶକୁ ପ୍ରିତିନିଧିତ୍ବ କରିଛନ୍ତି। ଗତବର୍ଷ ଫିଫା ବିଶ୍ବକପ୍ରେ ଆର୍ଜେଣ୍ଟିନାକୁ ବିଜେତା କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଆସନ୍ତା ବର୍ଷ ଜୁନ୍ ୨୦ରୁ ଜୁଲାଇ ୧୪ ତାରିଖ ମଧ୍ୟରେ ଆମେରିକାରେ କୋପା ଆମେରିକା ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଆର୍ଜେଣ୍ଟିନା ବିଜେତା ହୋଇଥିବାରୁ ଟାଇଟଲ୍ ବଜାୟ ରଖିବାକୁ ପ୍ରତିଦ୍ବନ୍ଦ୍ବିତା କରିବ।

Tags: