କୋଚ୍ ଜିରି ଭାନେକଙ୍କୁ ବାହାହେଲେ ପେଟ୍ରୋ କ୍ବିତୋଭା
ପ୍ରଗ୍: ୱିମ୍ବଲଡନ୍ ଓପନ୍ ଚାମ୍ପିଅନ୍ ଚେକ୍ ରିପବ୍ଲିକ୍ର ଟେନିସ୍ ତାରକା ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍ର ରାଜଧାନୀ ପ୍ରଗ୍ ଉପକଣ୍ଠରେ ଥିବା ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ ଆୟୋଜିତ ଅଣଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଉଭୟ ଉଭୟ ପରସ୍ପରର ହାତ ଧରିଛନ୍ତି। ବିବାହ ଉତ୍ସବରେ ବର ଓ କନ୍ୟାଙ୍କ ବ୍ୟତୀତ କେବଳ ନିକଟତମ ବନ୍ଧୁ ଓ ପରିବାରବର୍ଗ ଯୋଗ ଦେଇଥିଲେ। ନିକଟରେ ୱିମ୍ବଲଡନ୍ ଓପନ୍ ମହିଳା […]
ପ୍ରଗ୍: ୱିମ୍ବଲଡନ୍ ଓପନ୍ ଚାମ୍ପିଅନ୍ ଚେକ୍ ରିପବ୍ଲିକ୍ର ଟେନିସ୍ ତାରକା ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍ର ରାଜଧାନୀ ପ୍ରଗ୍ ଉପକଣ୍ଠରେ ଥିବା ଏକ ବିଳାଶପୂର୍ଣ୍ଣ ରିସୋର୍ଟରେ ଆୟୋଜିତ ଅଣଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଉଭୟ ଉଭୟ ପରସ୍ପରର ହାତ ଧରିଛନ୍ତି। ବିବାହ ଉତ୍ସବରେ ବର ଓ କନ୍ୟାଙ୍କ ବ୍ୟତୀତ କେବଳ ନିକଟତମ ବନ୍ଧୁ ଓ ପରିବାରବର୍ଗ ଯୋଗ ଦେଇଥିଲେ। ନିକଟରେ ୱିମ୍ବଲଡନ୍ ଓପନ୍ ମହିଳା ଡବଲ୍ସ ଟ୍ରଫି ଜିତିଥିବା ତଥା କ୍ବିତୋଭାଙ୍କ ପିଲାଦିନର ବାନ୍ଧବୀ ବାର୍ବରା ଷ୍ଟ୍ରାଇକୋଭାଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ବିବାହ ବିଷୟରେ କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରାକ୍ ସୂଚନା ଦିଆଯାଇ ନଥିଲା। ଶନିବାର ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିବାହ ବେଳର ମନଲୋଭା ଫଟୋ ପ୍ରକାଶ କରି ଭାନେକଙ୍କୁ ସ୍ବାମୀ ରୂପେ ଗ୍ରହଣ କରିଥିବା କ୍ବିତୋଭା ଘୋଷଣା କରିଥିଲେ। ଏଥିରେ କ୍ବିତୋଭା ଧଳା ରଙ୍ଗର ବିବାହ ପୋଷାକ ପିନ୍ଧି ବହୁତ ସୁନ୍ଦର ଦେଖା ଯାଉଥିବା ବେଳେ ଭାନେକ ନୀଳ ରଙ୍ଗର ସୁଟ୍ ପିନ୍ଧି ଆକର୍ଷଣୀୟ ଲାଗୁଥିଲେ।




