କୋହଲିଙ୍କ ହାତରେ ନୂଆ ଟାଟୁ, ଆଙ୍କିବାକୁ ୨ ଦିନ ସମୟ ଲାଗିଲା

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର ବିରାଟ କୋହଲି ନିଜ ହାତରେ ଆଉ ଏକ ନୂଆ ଟାଟୁ ଆଙ୍କିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ବଢିବାରେ ଲାଗିଛି। ତେବେ ବିରାଟ ପ୍ରଥମ ଥର ଏପରି ଟାଟୁ କରିନାହାନ୍ତି। ଏଥିପୂର୍ବରୁ ସେ ତାଙ୍କ ଶରୀରରେ ୧୨ ଥର ଟାଟୁ ଆଙ୍କିସାରିଛନ୍ତି। ତେବେ ଆଇପିଏଲ୍‌ ଚାଲିଥିବା ସମୟରେ ଏଭଳି ଟାଟୁ କରିବାର କାରଣ ଅନେକ ୟୁଜର ଜାଣିବାକୁ ଚାହିଁଥିବାରୁ […]

Samaya Live Picture
Published On

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର ବିରାଟ କୋହଲି ନିଜ ହାତରେ ଆଉ ଏକ ନୂଆ ଟାଟୁ ଆଙ୍କିଛନ୍ତି। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ବଢିବାରେ ଲାଗିଛି। ତେବେ ବିରାଟ ପ୍ରଥମ ଥର ଏପରି ଟାଟୁ କରିନାହାନ୍ତି। ଏଥିପୂର୍ବରୁ ସେ ତାଙ୍କ ଶରୀରରେ ୧୨ ଥର ଟାଟୁ ଆଙ୍କିସାରିଛନ୍ତି। ତେବେ ଆଇପିଏଲ୍‌ ଚାଲିଥିବା ସମୟରେ ଏଭଳି ଟାଟୁ କରିବାର କାରଣ ଅନେକ ୟୁଜର ଜାଣିବାକୁ ଚାହିଁଥିବାରୁ ଏହାକୁ ଆଙ୍କିଥିବା ସନି ଭାନୁଶାଲୀ ଏହାର ଜବାବ ରଖିଛନ୍ତି। ସନି କହିଛନ୍ତି ଯେ, କିଛିଦିନ ତଳେ କୋହଲି ଆମର ଷ୍ଟୁଡିଓକୁ ଆସିଥିଲେ। ସେ ତାଙ୍କ ଫୋନରେ କିଛି ଫଟୋ ଆଣଥିଲା ବେଳେ ତାହାକୁ ଦେଖାଇ ଟାଟୁ ଆଙ୍କିବା ପାଇଁ ଉତ୍ସାହିତ କରିଥିଲେ। କୋହିଲି ତାଙ୍କ ଟାଟୁକୁ ନୂଆଶୈଳୀ‌ରେ ଦେଖିବାକୁ ଚାହୁଁଥିଲେ। ସେ ତାଙ୍କ ଟାଟୁରେ ଆଧ୍ୟାତ୍ମିକତା ଏବଂ ଜୀବନର ଗଠନକୁ ଦର୍ଶାଇବାକୁ କହିଥିଲେ। ଟାଟୁକୁ ପ୍ରସ୍ତୁତ କରିବା ପାଇଁ ଦୁଇଦିନ ସମୟ ଲାଗିଥିଲା। ପ୍ରଥମେ ମୁମ୍ବାଇରେ ୬ଘଣ୍ଟାରେ ଟାଟୁ ଅଙ୍କା ଯାଇଥିଲା ଓ ପରେ ବିରାଟଙ୍କ କାମ ହେତୁ ବେଙ୍ଗାଲୁରୁରେ ୧୨ଘଣ୍ଟା ଲାଗିବା ପରେ କାମ ଶେଷ ହୋଇଥିବା ସନି କହିଛନ୍ତି।

Tags: