କୋହଲିଙ୍କ ଆଉ ଏକ ମାଇଲ୍ଖୁଣ୍ଟ: ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଚତୁର୍ଥ ସର୍ବାଧିକ ରନ୍ ସ୍କୋରର ହେଲେ
ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସେ ଚତୁର୍ଥ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ୪୫ ବଲ୍ରୁ ୬୧ ରନ୍ର ପାଳି ଖେଳିବା ସମୟରେ ସେ ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଛନ୍ତି। ଏହାଫଳରେ ତାଙ୍କର ମୋଟ ଟ୍ବେଣ୍ଟି-୨୦ ରନ୍ ୧୧୪୨୯ ରେ ପହଞ୍ଚିଛି।।ଯଦିଓ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ (୪୦୦୮ ରନ୍) ଓ ଆଇପଏଲ୍ […]
ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସେ ଚତୁର୍ଥ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ୪୫ ବଲ୍ରୁ ୬୧ ରନ୍ର ପାଳି ଖେଳିବା ସମୟରେ ସେ ଏହି ମାଇଲ୍ଖୁଣ୍ଟରେ ପହଞ୍ଚିଛନ୍ତି। ଏହାଫଳରେ ତାଙ୍କର ମୋଟ ଟ୍ବେଣ୍ଟି-୨୦ ରନ୍ ୧୧୪୨୯ ରେ ପହଞ୍ଚିଛି।।ଯଦିଓ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ (୪୦୦୮ ରନ୍) ଓ ଆଇପଏଲ୍ (୬୭୮୮ ରନ୍) ରେ ସେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। କିନ୍ତୁ ମୋଟାମୋଟି ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ ୧୪୫୬୨ ରନ୍ ସହ ସବୁଠୁ ଆଗରେ ରହିଛନ୍ତି। ତାଙ୍କ ପଛକୁ ପାକିସ୍ତାନର ସୋଏବ ମଲ୍ଲିକ ୧୨୫୨୮ ଓ ତୃତୀୟରେ ୱେଷ୍ଟଇଣ୍ଡିଜ୍ର କାଇରନ୍ ପୋଲାର୍ଡ ୧୨୧୭୫ ରନ୍ ସହ ପ୍ରଥମ ତିନିଜଣଙ୍କ ମଧ୍ୟରେ ରହିଛନ୍ତି। ୨୦୦୭ରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା କୋହଲି ୩୬୨ ମ୍ୟାଚ୍ ଖେଳିସାରିଲେଣି।




