କୋହଲିଙ୍କୁ ଆଉଟ୍ କରି ଆଇପିଏଲରେ ୧୦୦ ୱିକେଟ୍ ନେଲେ ବୋଲ୍ଟ

ବେଙ୍ଗାଲୁରୁ: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଆଇପିଏଲରେ ୧୦୦ ତମ ୱିକେଟ୍ ପୂରଣ କରିଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ହିଁ ବୋଲ୍ଟଙ୍କ ୧୦୦ତମ ଶିକାର ହୋଇଛନ୍ତି। ନିଜର ପ୍ରଥମ ଓଭରର ପ୍ରଥମ ବଲ୍ରେ କୋହଲିଙ୍କୁ ଆଉଟ୍ କରିଦେଇଥିଲେ ବୋଲ୍ଟ। ଫଳରେ ଆଇପିଏଲ୍ରେ କ୍ବଚିତ ବିଫଳ ହୋଇଥିବା କୋହଲି ଗୋଲ୍ଡେନ୍ ଡକ୍ରେ ପାଭିଲିୟନ ଫେରିଥିଲେ। ଏହାପରେ ନିଜର ଦ୍ବିତୀୟ ଓଭରର ପ୍ରଥମ […]

Samaya Live Picture
Published On

ବେଙ୍ଗାଲୁରୁ: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ ଆଇପିଏଲରେ ୧୦୦ ତମ ୱିକେଟ୍ ପୂରଣ କରିଛନ୍ତି। ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବିପକ୍ଷ ମ୍ୟାଚ୍ରେ ବିରାଟ କୋହଲି ହିଁ ବୋଲ୍ଟଙ୍କ ୧୦୦ତମ ଶିକାର ହୋଇଛନ୍ତି। ନିଜର ପ୍ରଥମ ଓଭରର ପ୍ରଥମ ବଲ୍ରେ କୋହଲିଙ୍କୁ ଆଉଟ୍ କରିଦେଇଥିଲେ ବୋଲ୍ଟ। ଫଳରେ ଆଇପିଏଲ୍ରେ କ୍ବଚିତ ବିଫଳ ହୋଇଥିବା କୋହଲି ଗୋଲ୍ଡେନ୍ ଡକ୍ରେ ପାଭିଲିୟନ ଫେରିଥିଲେ। ଏହାପରେ ନିଜର ଦ୍ବିତୀୟ ଓଭରର ପ୍ରଥମ ବଲ୍ରେ ମଧ୍ୟ ସାହବାଜ୍ ଅହମ୍ମଦଙ୍କୁ ଜଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍ କରାଇ ବୋଲ୍ଟ ଏହି ମ୍ୟାଚ୍ରେ ବ୍ୟକ୍ତିଗତ ଦ୍ବିତୀୟ ୱିକେଟ୍ ପାଇଥିଲେ। ଏଥି ସହିତ ଆଇପିଏଲ୍ରେ ତାଙ୍କ ମୋଟ ୱିକେଟ୍ ସଂଖ୍ୟାକୁ ୧୦୧କୁ ବୃଦ୍ଧି କରିଥିଲେ।

Tags: