କୋଲ୍‌କାତାର ରୋମାଞ୍ଚକର ବିଜୟ: ରିଙ୍କୁଙ୍କ ୫ଛକା ଆଗରେ ରସିଦଙ୍କ ହ୍ୟାଟ୍ରିକ ବେକାର

ଅହମଦାବାଦ: ଆଇପିଏଲ୍ ଇତିହାସରେ ଏକ ଅବିଶ୍ବସନୀୟ ମ୍ୟାଚ୍ ଦେଖିବାକୁ ମିଳିଛି। ଶେଷ ଓଭରରେ ୨୯ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସମ୍ଭବ କରିପାରିଛି। ଯୁବ କ୍ରିକେଟର ରିଙ୍କୁ ସିଂହ ଏହି କାରନାମା କରିଦେଖାଇଥିଲା ବେଳେ ୟାଶ ଦୟାଲଙ୍କ ଶେଷ ୫ ବଲ୍‌ରେ ୫ ଛକା ମାରି ଦଳକୁ ନାଟକୀୟ ବିଜୟ ଦେଇଥିଲେ। ୧୫ ଓଭର ପର୍ଯ୍ୟନ୍ତ ମ୍ୟାଚ୍ରେ ଥିବା କେକେଆର୍କୁ ରସିଦ୍ ଖାନ୍ଙ୍କ ହ୍ୟାଟ୍ରିକ୍ ଲାଇନଚ୍ୟୁତ କରିଦେଇଥିଲା। କିନ୍ତୁ ନିଜର […]

Samaya Live Picture
Published On

ଅହମଦାବାଦ: ଆଇପିଏଲ୍ ଇତିହାସରେ ଏକ ଅବିଶ୍ବସନୀୟ ମ୍ୟାଚ୍ ଦେଖିବାକୁ ମିଳିଛି। ଶେଷ ଓଭରରେ ୨୯ ରନ୍ ଆବଶ୍ୟକ କରୁଥିବା କୋଲକାତା ନାଇଟ୍ ରାଇଡର୍ସ ଏହି କଷ୍ଟସାଧ୍ୟ ଲକ୍ଷ୍ୟକୁ ସମ୍ଭବ କରିପାରିଛି। ଯୁବ କ୍ରିକେଟର ରିଙ୍କୁ ସିଂହ ଏହି କାରନାମା କରିଦେଖାଇଥିଲା ବେଳେ ୟାଶ ଦୟାଲଙ୍କ ଶେଷ ୫ ବଲ୍‌ରେ ୫ ଛକା ମାରି ଦଳକୁ ନାଟକୀୟ ବିଜୟ ଦେଇଥିଲେ। ୧୫ ଓଭର ପର୍ଯ୍ୟନ୍ତ ମ୍ୟାଚ୍ରେ ଥିବା କେକେଆର୍କୁ ରସିଦ୍ ଖାନ୍ଙ୍କ ହ୍ୟାଟ୍ରିକ୍ ଲାଇନଚ୍ୟୁତ କରିଦେଇଥିଲା। କିନ୍ତୁ ନିଜର ଶାନ୍ତ ସ୍ବଭାବରେ ରିଙ୍କୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଏପରିକି ରିଙ୍କୁ ସମ୍ମୁଖୀନ ହୋଇଥିବା ଶେଷ ୭ ବଲ୍ରୁ ୬ ଛକା, ୧ ଚୌକା ସହ ୪୦ ରନ୍ ଆଦାୟ କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ଯେତେବେଳେ ୨୦୫ ରନ୍କୁ ପିଛା କରିବା ଆରମ୍ଭ କଲା ୪ ଓଭର ଭିତରେ ପ୍ରାରମ୍ଭିକ ଯୋଡ଼ି ରହମନୁଲ୍ଲା ଗୁରବାଜ ଓ ନାରାୟଣ ଜଗଦୀଶାନଙ୍କୁ ହରାଇ ଦେଇଥିଲା। ଏହି ସମୟରେ ଆସିଥିବା ଇମ୍ପାକ୍ଟ ପ୍ଲେୟାର୍ ଭେଙ୍କଟେଶ ଆୟର୍ ବିସ୍ଫୋରକ ପାଳି ଖେଳି କେକେଆର୍କୁ ଲୟକୁ ଫେରାଇଥିଲେ। ଆୟର ୪୦ ବଲ୍ରୁ ୮୩ ରନ୍ କରି ୧୬ତମ ଓଭରରେ ଆଉଟ୍ ହୋଇଥିଲେ। ଏହା ପରେ ଗୁଜରାଟ ଟାଇଟନ୍ସ ପ୍ରତ୍ୟାବର୍ତନ କରିବାର ବାଟ ପାଇଥିଲା। ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କ ୫୩ ଓ ବିଜୟ ଶଙ୍କରଙ୍କ ୬୩ ରନ୍‌ ସହାୟତାରେ ୪ ୱିକେଟ୍‌ ବିନିମୟରେ ୨୦୪ ରନ୍‌ ସଂଗ୍ରହ କରିଥିଲା।

Tags: