କେକେଆର୍-ରୟାଲ୍ସ, ଟାଇଟନ୍ସ-କ୍ୟାପିଟାଲ୍ସ ମ୍ୟାଚ୍ ଦିନ ବଦଳିଲା
ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ରାଜସ୍ଥାନ ରୟାଲ୍ସ ବିପକ୍ଷ ଘରୋଇ ଆଇପିଏଲ୍ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଚଳିତ ମାସ ୧୬ ତାରିଖରେ ଖେଳାଯିବ। ସେହିପରି ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅହମଦାବାଦରେ ଖେଳାଯିବାକୁ ଥିବା ମ୍ୟାଚ୍ ୧୭ ତାରିଖକୁ ପରିବର୍ତ୍ତିତ କରାଯାଇଛି। ରାମନବମୀକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ୍ ୧୭ ତାରିଖରେ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି କହିବାରୁ ବିସିସିଆଇ ଏହି ମ୍ୟାଚ୍କୁ ଗୋଟିଏ ଦିନ ପୂର୍ବରୁ […]
ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ରାଜସ୍ଥାନ ରୟାଲ୍ସ ବିପକ୍ଷ ଘରୋଇ ଆଇପିଏଲ୍ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଚଳିତ ମାସ ୧୬ ତାରିଖରେ ଖେଳାଯିବ। ସେହିପରି ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅହମଦାବାଦରେ ଖେଳାଯିବାକୁ ଥିବା ମ୍ୟାଚ୍ ୧୭ ତାରିଖକୁ ପରିବର୍ତ୍ତିତ କରାଯାଇଛି। ରାମନବମୀକୁ ଦୃଷ୍ଟିରେ ରଖି କୋଲକାତା ପୁଲିସ୍ ୧୭ ତାରିଖରେ ଆବଶ୍ୟକୀୟ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି କହିବାରୁ ବିସିସିଆଇ ଏହି ମ୍ୟାଚ୍କୁ ଗୋଟିଏ ଦିନ ପୂର୍ବରୁ କରାଇବା ପାଇଁ ନିଷ୍ପତ୍ତି ନେଇଛି। ତେଣୁ ୧୬ ତାରିଖରେ ଗୁଜରାଟ ଓ ଦିଲ୍ଲୀ ମଧ୍ୟରେ ଅହମଦାବାଦରେ ହେବାକୁ ଥିବା ମ୍ୟାଚ୍ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି।




