କେକେଆର୍ ବିପକ୍ଷ ମ୍ୟାଚରେ ଲାଭେଣ୍ଡର ରଙ୍ଗର ଜର୍ସି ପିନ୍ଧିବ ଗୁଜରାଟ ଟାଇଟନ୍ସ
ଅହମଦାବାଦ: କର୍କଟ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଶୁବମନ ଗିଲ୍ଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସ ଖେଳାଳିମାନେ ଚଳିତ ଆଇପିଏଲ୍ରେ ଲାଭେଣ୍ଡର ରଙ୍ଗର ଜର୍ସି ପରିଧାନ କରିବେ। ଆସନ୍ତା ୧୩ ତାରିଖରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ରେ ଏହି ଭିନ୍ନ ରଙ୍ଗର ଜର୍ସି ପିନ୍ଧିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତ ସଂସ୍କରଣରେ ମଧ୍ୟ ଟାଇଟନ୍ସ ସମାନ ଉଦ୍ଦେଶ୍ୟକୁ ନେଇ ଲାଭେଣ୍ଡର ଜର୍ସି ପିନ୍ଧିଥିଲା। କର୍କଟ ରୋଗର ଶୀଘ୍ର ନିରୂପଣ ସହିତ ରୋଗୀଙ୍କ […]
ଅହମଦାବାଦ: କର୍କଟ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଶୁବମନ ଗିଲ୍ଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସ ଖେଳାଳିମାନେ ଚଳିତ ଆଇପିଏଲ୍ରେ ଲାଭେଣ୍ଡର ରଙ୍ଗର ଜର୍ସି ପରିଧାନ କରିବେ। ଆସନ୍ତା ୧୩ ତାରିଖରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚ୍ରେ ଏହି ଭିନ୍ନ ରଙ୍ଗର ଜର୍ସି ପିନ୍ଧିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତ ସଂସ୍କରଣରେ ମଧ୍ୟ ଟାଇଟନ୍ସ ସମାନ ଉଦ୍ଦେଶ୍ୟକୁ ନେଇ ଲାଭେଣ୍ଡର ଜର୍ସି ପିନ୍ଧିଥିଲା। କର୍କଟ ରୋଗର ଶୀଘ୍ର ନିରୂପଣ ସହିତ ରୋଗୀଙ୍କ ଗୁଣାତ୍ମକ ଚିକିତ୍ସା ଓ ଯତ୍ନ ସଂପର୍କରେ ଏହି ପ୍ରଚାର ଲୋକମାନଙ୍କୁ ସଚେତନ କରିବ। ଏଥିସହିତ କର୍କଟ ବିଜୟୀଙ୍କୁ ସେମାନଙ୍କ ସଂଘର୍ଷ ପାଇଁ ସମ୍ମାନିତ କରିବା ଭଳି ହେବ। ଦଳର ସାମାଜିକ ଦାୟିତ୍ବ ମାଧ୍ୟମରେ ସମସ୍ତେ ଏକାଠି ହୋଇ କର୍କଟ ନିରାକଣ ପାଇଁ ଉଦ୍ୟମ କରିବାକୁ ଦଳ ପକ୍ଷରୁ କୁହାଯାଇଛି।




