କେକେଆର୍ ଖେଳାଳିଙ୍କ ମନୋବଳ ବଢ଼ାଇଲେ ଶାହରୁଖ ଖାନ୍

କୋଲକାତା: ରାଜସ୍ଥାାନ ରୟାଲ୍ସ ବିପକ୍ଷରେ କଡ଼ା ସଂଘର୍ଷ କରି ହାରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ଖେଳାଳିମାନଙ୍କ ମନୋବଳକୁ ଏହାର ମାଲିକ ତଥା ବଲିଉଡ୍ ତାରକା ଶାହରୁଖ ଖାନ ବଢ଼ାଇଛନ୍ତି। ପରାଜୟ ପରେ ଶାହରୁଖ ଖେଳାଳିମାନଙ୍କୁ ପ୍ରେରଣାଦାୟୀ ଭାଷଣ ଦେଇ ପରାଜୟ ଗ୍ଲାନିକୁ ଭୁଲିବାର ମନ୍ତ୍ର ଦେଇଥିଲେ। ‘‘ସତରେ, ଆଜି ଗର୍ବର ଦିନ। ଆମେ ସମସ୍ତେ ଭଲ ଖେଳିଲେ। ମୁଁ କାହାର ଜଣଙ୍କ ନାଁ ନେବାକୁ ଚାହୁନି। ଏହି ପରାଜୟକୁ କେହି ଖରାପ ଅନୁଭବ କରନି। ଆମେ […]

Samaya Live Picture
Published On

କୋଲକାତା: ରାଜସ୍ଥାାନ ରୟାଲ୍ସ ବିପକ୍ଷରେ କଡ଼ା ସଂଘର୍ଷ କରି ହାରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ଖେଳାଳିମାନଙ୍କ ମନୋବଳକୁ ଏହାର ମାଲିକ ତଥା ବଲିଉଡ୍ ତାରକା ଶାହରୁଖ ଖାନ ବଢ଼ାଇଛନ୍ତି। ପରାଜୟ ପରେ ଶାହରୁଖ ଖେଳାଳିମାନଙ୍କୁ ପ୍ରେରଣାଦାୟୀ ଭାଷଣ ଦେଇ ପରାଜୟ ଗ୍ଲାନିକୁ ଭୁଲିବାର ମନ୍ତ୍ର ଦେଇଥିଲେ। ‘‘ସତରେ, ଆଜି ଗର୍ବର ଦିନ। ଆମେ ସମସ୍ତେ ଭଲ ଖେଳିଲେ। ମୁଁ କାହାର ଜଣଙ୍କ ନାଁ ନେବାକୁ ଚାହୁନି। ଏହି ପରାଜୟକୁ କେହି ଖରାପ ଅନୁଭବ କରନି। ଆମେ ପୁଣି ଥରେ ଫେରିବା। ଆଜି ଏହା ଈଶ୍ବରଙ୍କ ଯୋଜନା ଥିଲା। ଆଗାମୀ ଦିନରେ ଏହାଠୁ ବହୁତ ଓ ଭଲ ଯୋଜନାରେ ଆମେ ପ୍ରତ୍ୟାବର୍ତ୍ତନ କରିବା। ଆମ ଜୀବନରେ କିଛି ଦିନ ଅଛି, ବିଶେଷ କରି କ୍ରୀଡ଼ାରେ ଆମେ ପରାଜୟ ଯୋଗ୍ୟ ନୁହେଁ। ଏବଂ ଏପରି କିଛି ଦିନ ଅଛି ଯେଉଁଦିନ ଜିତିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ। ଏପରି ଦିନ ଥାଏ। ଆଜି ଆମେି ହାରିବା ପାଇଁ ଯୋଗ୍ୟ ନଥିଲେ। ଆମେ ବହୁତ ଭଲ ଖେଳିଲେ। ନିଜକୁ ନେଇ ଗର୍ବ ଅନୁଭବ କରିବା କଥା। ଦୟାକରି କେହି ମନଦୁଃଖ କରନି। ସମସ୍ତେ ଖୁସିରେ ରୁହ। ସମସ୍ତେ ପଡ଼ିଆରେ ଭଲ ଶକ୍ତି ଦେଖାଇଛ। ଏହିପରି ଜାରି ରଖ। ସମସ୍ତଙ୍କୁ ଧନ୍ୟବାଦ, ଈଶ୍ବର ଆଶୀର୍ବାଦ କରନ୍ତୁ’’ ବୋଲି ଶାହରୁଖ କହିଛନ୍ତି।

Tags: