କେକେଆର୍ରେ ଜାସନ୍ ରଏ ଓ ପଞ୍ଜାବ କିଙ୍ଗ୍ସରେ ଗୁର୍ନୁର ସିଂହ ବ୍ରାର ସାମିଲ
ନୂଆଦିଲ୍ଲୀ: ଶ୍ରେୟସ ଆୟର ଏବଂ ସାକିବ ଅଲ୍ ହାସନ ଆଇପିଏଲ୍ରୁ ଓହରିଯିବାରୁ କୋଲ୍କାତା ନାଇଟ୍ ରାଇଡର୍ସକୁ (କେକେଆର୍) ଏଥର ଶକ୍ତ ଝଟ୍କା ଲାଗିଛି। ଫଳରେ ଚଳିତ ସଂସ୍କରଣରେ ଗୋଟିଏ ମ୍ୟାଚ୍ ଖେଳିସାରିଥିବା କେକେଆର୍ ନୀତୀଶ ରାଣାଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ ନିକଟରୁ ହାରିଯାଇଛି। ଏହି ଦଳ ତା’ର ଦ୍ବିତୀୟ ମ୍ୟାଚ୍ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସହ ଖେଳିବ। ଏହି ମୁକାବିଲା ପୂର୍ବରୁ ବୁଧବାର ଇଂଲଣ୍ଡ ଓପ୍ନର ଜାସନ ରୟଙ୍କ ସହ କେକେଆର୍ ଚୁକ୍ତି କରିଛି। […]
ନୂଆଦିଲ୍ଲୀ: ଶ୍ରେୟସ ଆୟର ଏବଂ ସାକିବ ଅଲ୍ ହାସନ ଆଇପିଏଲ୍ରୁ ଓହରିଯିବାରୁ କୋଲ୍କାତା ନାଇଟ୍ ରାଇଡର୍ସକୁ (କେକେଆର୍) ଏଥର ଶକ୍ତ ଝଟ୍କା ଲାଗିଛି। ଫଳରେ ଚଳିତ ସଂସ୍କରଣରେ ଗୋଟିଏ ମ୍ୟାଚ୍ ଖେଳିସାରିଥିବା କେକେଆର୍ ନୀତୀଶ ରାଣାଙ୍କ ନେତୃତ୍ବରେ ପଞ୍ଜାବ କିଙ୍ଗ୍ସ ନିକଟରୁ ହାରିଯାଇଛି। ଏହି ଦଳ ତା’ର ଦ୍ବିତୀୟ ମ୍ୟାଚ୍ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସହ ଖେଳିବ। ଏହି ମୁକାବିଲା ପୂର୍ବରୁ ବୁଧବାର ଇଂଲଣ୍ଡ ଓପ୍ନର ଜାସନ ରୟଙ୍କ ସହ କେକେଆର୍ ଚୁକ୍ତି କରିଛି। ଗତ ଖେଳାଳି ନିଲାମ ବେଳେ ଜାସନଙ୍କ ମୂଳ ଦର (ବେସ୍ ପ୍ରାଇସ୍) ୧.୫ କୋଟି ରହିଥିଲା ବେଳେ ତାଙ୍କୁ କେହି କିଣିନଥିଲେ। ତେବେ ଏହି ଅଲୋଡ଼ା ଖେଳାଳିଙ୍କୁ କେକେଆର୍ ବର୍ତ୍ତମାନ ୨.୮ କୋଟି ଦରରେ ଦଳରେ ସାମିଲ କରିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ଆହତ ରାଜ ବୱାଙ୍କ ସ୍ଥାନରେ ବୁଧବାର ଯୁବ ଅଲ୍ରାଉଣ୍ଡର ଗୁର୍ନୁର ସିଂହଙ୍କ ସହ ଚୁକ୍ତି କରିଛି। ବ୍ରାର୍ ମୂଳ ଦଳ ୨୦ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗ୍ସ ଦଳରେ ସାମିଲ ହୋଇଛନ୍ତି।




