କେକେଆରର ସୁନୀଲ ନାରାୟଣଙ୍କୁ ଅତିକ୍ରମ କଲେ ଅଶ୍ବିନ
ଅହମଦାବାଦ: ରାଜସ୍ଥାନ ରୟାଲ୍ସ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନୂଆ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଲ୍ରାଉଣ୍ଡର ସୁନୀଲ ନାରାୟଣଙ୍କୁ ପଛରେ ପକାଇ ପଞ୍ଚମ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିଛନ୍ତି। ବୁଧବାର ଏଲିମିନେଟର୍ରେ ଅଶ୍ବିନ ପୂର୍ଣ୍ଣ କୋଟା ୪ ଓଭରରେ ମାତ୍ର ୧୯ ରନ୍ ବ୍ୟୟ କରି ୨ ୱିକେଟ୍ ଅକ୍ତିଆର କରିଥିଲେ। କାମେରନ୍ ଗ୍ରିନ୍ ଓ ଗ୍ଲେନ୍ ମାକ୍ସୱେଲ୍ଙ୍କୁ ଲଗାତାର ବଲ୍ରେ ଆଉଟ୍ କରି ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। ଏହି ପ୍ରଦର୍ଶନ […]
ଅହମଦାବାଦ: ରାଜସ୍ଥାନ ରୟାଲ୍ସ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନୂଆ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଲ୍ରାଉଣ୍ଡର ସୁନୀଲ ନାରାୟଣଙ୍କୁ ପଛରେ ପକାଇ ପଞ୍ଚମ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇପାରିଛନ୍ତି। ବୁଧବାର ଏଲିମିନେଟର୍ରେ ଅଶ୍ବିନ ପୂର୍ଣ୍ଣ କୋଟା ୪ ଓଭରରେ ମାତ୍ର ୧୯ ରନ୍ ବ୍ୟୟ କରି ୨ ୱିକେଟ୍ ଅକ୍ତିଆର କରିଥିଲେ। କାମେରନ୍ ଗ୍ରିନ୍ ଓ ଗ୍ଲେନ୍ ମାକ୍ସୱେଲ୍ଙ୍କୁ ଲଗାତାର ବଲ୍ରେ ଆଉଟ୍ କରି ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଥିଲେ। ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏଥି ସହ ଅଶ୍ବିନ ୨୧୧ ଆଇପିଏଲ୍ ମ୍ୟାଚ୍ରୁ ୧୮୦ ୱିକେଟ୍ ନେଇପାରିଛନ୍ତି। ନାରାୟଣ ୧୭୬ ମ୍ୟାଚ୍ରୁ ୧୭୯ ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ସାଥୀ ଖେଳାଳି ୟୁଝବେନ୍ଦ୍ର ଚହଲ ୧୫୯ ମ୍ୟାଚ୍ରୁ ୨୦୫ ୱିକେଟ୍ ନେଇ ଶୀର୍ଷରେ ଅଛନ୍ତି।




