କେକେଆରକୁ ୪୯ ରନରେ ହରାଇଲା ସିଏସକେ

କୋଲ୍କାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୪୯ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପଞ୍ଚମ ବିଜୟ ପାଇଛି। ସିଏସକେ ପକ୍ଷରୁ ୨୩୬ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ କେକେଆର୍ ନିର୍ଦ୍ଧାରିତ ଓଭର ସୁଦ୍ଧା ୧୮୬/୮ ସ୍କୋର କରିପାରିଥିଲା। ଦଳୀୟ ସ୍କୋର୍ ମାତ୍ର ୧ ରନ୍ରେ ଦୁଇ ଓପ୍ନରଙ୍କୁ ହରାଇଥିବା କେକେଆର୍ ମଧ୍ୟକ୍ରମରେ ଲଢ଼ିଥିଲେ ମଧ୍ୟ ପରାଜୟରୁ ବର୍ତି ପାରିନଥିଲା। ସୁନିଲ ନାରାୟଣ (୦)ଙ୍କୁ […]

Samaya Live Picture
Published On

କୋଲ୍କାତା: ଇଡେନ୍ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ୪୯ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପଞ୍ଚମ ବିଜୟ ପାଇଛି। ସିଏସକେ ପକ୍ଷରୁ ୨୩୬ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ବେଳେ କେକେଆର୍ ନିର୍ଦ୍ଧାରିତ ଓଭର ସୁଦ୍ଧା ୧୮୬/୮ ସ୍କୋର କରିପାରିଥିଲା। ଦଳୀୟ ସ୍କୋର୍ ମାତ୍ର ୧ ରନ୍ରେ ଦୁଇ ଓପ୍ନରଙ୍କୁ ହରାଇଥିବା କେକେଆର୍ ମଧ୍ୟକ୍ରମରେ ଲଢ଼ିଥିଲେ ମଧ୍ୟ ପରାଜୟରୁ ବର୍ତି ପାରିନଥିଲା। ସୁନିଲ ନାରାୟଣ (୦)ଙ୍କୁ ଆକାଶ ସିଂହ ବୋଲ୍ଡ କରି ଦଳକୁ ପ୍ରଥମ ସଫଳତା ଦେଇଥିଲା ବେଳେ ଏହା ପର ଓଭରରେ ନାରାୟଣ ଜଗଦୀଶାନ (୧)ଙ୍କୁ ତୁଷାର ଦେଶପାଣ୍ଡେ ଆଉଟ୍ କରି ଦେଇଥିଲେ। ଭେଙ୍କଟେଶ ଆୟର (୨୦) ଓ ଅଧିନାୟକ ନୀତୀଶ ରାଣା (୨୭) ପା୍ଳି ସମ୍ଭାଳିଥିଲେ ମଧ୍ୟ ଧିମା ଖେଳିବାରୁ ଆବଶ୍ୟକ ରନ୍ରେଟ୍ ବଢ଼ି ବଢ଼ି ଯାଇଥିଲା। ଜାସନ ରୟ (୬୧) ଓ ରିଙ୍କୁ ସିଂହ (୫୩*) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରିଥିଲେ ମଧ୍ୟ ଏହା ଦଳ ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା। ପୂର୍ବରୁ ଚଳିତ ଆଇପିଏଲ୍ରେ ରବିବାର ସର୍ବୋଚ୍ଚ ଦଳଗତ ସ୍କୋର୍ ଦେଖିବାକୁ ମିଳିଥିଲା। ଘରୋଇ ନୀତୀଶ ରାଣାଙ୍କ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ସିଏସ୍କେ ୨୩୫/୪ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍କେ ପାଳିରେ ୩ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ଅଜିଙ୍କ୍ୟ ରାହାଣେ (୭୧*), ଡେଭନ କନ୍ୱେ (୫୬) ଏବଂ ଶିବମ ଦୁବେ (୫୦) ଅର୍ଦ୍ଧଶତକ ସାଙ୍ଗକୁ ଋତୁରାଜ ଗାଏକ୍ବାଡଙ୍କ ୩୪ ରନ୍ ବଳରେ ସିଏସ୍କେ ୨୦୦ ରନ୍ ପାର୍ କରିଥିଲା।

Tags: