କେଏଲ୍ ରାହୁଲଙ୍କୁ ମିଳିଲା ଦ୍ବିତୀୟ ସ୍ବର୍ଣ୍ଣ ପଦକ
ଲକ୍ଷ୍ନୌ: ୱିକେଟ୍ ପଛରେ ଚମତ୍କାର ପ୍ରଦର୍ଶନ ପାଇଁ କେଏଲ୍ ରାହୁଲଙ୍କୁ ଚଳିତ ବିଶ୍ବକପ୍ ଅବସରରେ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ମିଳିଛି। କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ ଏହି ଘୋଷଣା କରିବା ପରେ ପୂର୍ବତନ ପଦକ ବିଜେତା ଶ୍ରେୟସ ଆୟର, ରାହୁଲଙ୍କୁ ପଦକ ପିନ୍ଧାଇଥିଲେ। ରାହୁଲ ଏକାଧିକ ବାଉଣ୍ଡରି ରକ୍ଷା କରିବାରେ ସଫଳ ହୋଇଥିଲା ବେଳେ ଗୋଟିଏ ଷ୍ଟମ୍ପିଂ ମଧ୍ୟ କରିଥିଲେ। ପୂର୍ବରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ରାହୁଲ ପ୍ରଥମ ଥର ସ୍ବର୍ଣ୍ଣ ପଦକ ପିନ୍ଧିଥିଲେ। […]
ଲକ୍ଷ୍ନୌ: ୱିକେଟ୍ ପଛରେ ଚମତ୍କାର ପ୍ରଦର୍ଶନ ପାଇଁ କେଏଲ୍ ରାହୁଲଙ୍କୁ ଚଳିତ ବିଶ୍ବକପ୍ ଅବସରରେ ଦ୍ବିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ମିଳିଛି। କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ ଏହି ଘୋଷଣା କରିବା ପରେ ପୂର୍ବତନ ପଦକ ବିଜେତା ଶ୍ରେୟସ ଆୟର, ରାହୁଲଙ୍କୁ ପଦକ ପିନ୍ଧାଇଥିଲେ। ରାହୁଲ ଏକାଧିକ ବାଉଣ୍ଡରି ରକ୍ଷା କରିବାରେ ସଫଳ ହୋଇଥିଲା ବେଳେ ଗୋଟିଏ ଷ୍ଟମ୍ପିଂ ମଧ୍ୟ କରିଥିଲେ। ପୂର୍ବରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ରାହୁଲ ପ୍ରଥମ ଥର ସ୍ବର୍ଣ୍ଣ ପଦକ ପିନ୍ଧିଥିଲେ। ଇଂଲଣ୍ଡ ବିପକ୍ଷ ଉକ୍ତ ମ୍ୟାଚ୍ରେ ରାହୁଲଙ୍କ ବ୍ୟତୀତ, ମହମ୍ମଦ ସିରାଜ, ଈଶାନ କିଶନ, ରବୀନ୍ଦ୍ର ଜାଡ଼େଜାଙ୍କ କ୍ଷେତ୍ରରକ୍ଷଣ କୌଶଳକୁ ଦିଲୀପ ପ୍ରଶଂସା କରିଥିଲେ। ସବୁବେଳେ ନିଆରା ଢଙ୍ଗରେ ପଦକ ବିଜେତାଙ୍କ ନାମ ଘୋଷଣା କରାଯାଉଛି। ଏଥର ସମସ୍ତ ଫ୍ଲଡ ଲାଇଟ୍ ବନ୍ଦ କରାଯାଇ ଗ୍ୟାଲେରିରେ ଏଲ୍ଇଡି ଲାଇଟ୍ ଖଞ୍ଜା ହୋଇ ରାହୁଲଙ୍କ ନାମ ପ୍ରଦର୍ଶନ କରାଯାଇଥିଲା।




