କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ: ସାକ୍ଷୀ ମଲ୍ଲିକ
ନୂଆଦିଲ୍ଲୀ: ସାକ୍ଷୀ ମଲ୍ଲିକ ଓ ତାଙ୍କ କୁସ୍ତିଯୋଦ୍ଧା ସ୍ବାମୀ ସତ୍ୟବ୍ରତ କାଡ଼ିଆନ୍ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ କରିବା ସହ ସେମାନଙ୍କ ଆନ୍ଦୋଳନ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି କହିଛନ୍ତି। ସାକ୍ଷୀଙ୍କ କହିବାନୁସାରେ, ଯନ୍ତରମନ୍ତରରେ ଜାନୁଆରିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପାଇଁ ପୁଲିସଠୁ ଅନୁମତି ନିଆଯାଇଥିଲା। ପୂର୍ବତନ କୁସ୍ତିଯୋଦ୍ଧା ବବିତା ଫୋଗତ ଓ ତୀରଥ ରାଣା ଅନୁମତି ପାଇଁ ଚିଠି ଲେଖିଥିବା ଭିଡିଓରେ ଦେଖାଯାଇଥିଲା। ଏହି ଆନ୍ଦୋଳନରେ କଂଗ୍ରେସର କୌଣସି ହାତ ନାହିଁ। […]
ନୂଆଦିଲ୍ଲୀ: ସାକ୍ଷୀ ମଲ୍ଲିକ ଓ ତାଙ୍କ କୁସ୍ତିଯୋଦ୍ଧା ସ୍ବାମୀ ସତ୍ୟବ୍ରତ କାଡ଼ିଆନ୍ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ କରିବା ସହ ସେମାନଙ୍କ ଆନ୍ଦୋଳନ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି କହିଛନ୍ତି। ସାକ୍ଷୀଙ୍କ କହିବାନୁସାରେ, ଯନ୍ତରମନ୍ତରରେ ଜାନୁଆରିରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ପାଇଁ ପୁଲିସଠୁ ଅନୁମତି ନିଆଯାଇଥିଲା। ପୂର୍ବତନ କୁସ୍ତିଯୋଦ୍ଧା ବବିତା ଫୋଗତ ଓ ତୀରଥ ରାଣା ଅନୁମତି ପାଇଁ ଚିଠି ଲେଖିଥିବା ଭିଡିଓରେ ଦେଖାଯାଇଥିଲା। ଏହି ଆନ୍ଦୋଳନରେ କଂଗ୍ରେସର କୌଣସି ହାତ ନାହିଁ। ଦୀର୍ଘଦିନ ଧରି ନର୍ଯାତନା ହେଉଥିଲେ ମଧ୍ୟ କୁସ୍ତିଯୋଦ୍ଧାମାନେ ଏକାଠି ହୋଇପାରୁନଥିଲେ। ସେହିପରି ମହିଳା ସମ୍ମାନ ମହାପଞ୍ଚାୟତକୁ ଖାପ୍ ନେତାମାନେ ଆୟୋଜନ କରିଥିଲେ ଏବଂ ଆମେ ସେମାନଙ୍କ ନିର୍ଦ୍ଦେଶ ପାଳନ କରୁଥିବାରୁ ପୁଲିସ ଆକ୍ରୋସର ଶିକାର ହୋଇଥିଲୁ। ପଦକ ଭସାଇବାକୁ ଯାଉଥିବା ବେଳେ ମଧ୍ୟ ଆମେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଜାଣିପାରିଥିଲୁ। ଏଥିସହିତ ଯଦି କିଛି ଭୁଲ୍ ହୋଇଯାଇଥାଏ, ସେଥିପାଇଁ ସାକ୍ଷୀ କ୍ଷମା ପ୍ରାର୍ଥନା କରିଛନ୍ତି। ୧୧ ମିନିଟ୍ର ଏହି ଭିଡିଓରେ ସତ୍ୟବ୍ରତ କହିଥିଲେ, କୁସ୍ତିଯୋଦ୍ଧାମାନେ ଏକତ୍ର ହୋଇନପାରିବାରୁ ପ୍ରଶାସନ ତାହାର ଫାଇଦା ଉଠାଇଥିଲା। ତେଣୁ ଯେଉଁଠି ବି ଅନ୍ୟାୟର ଶିକାର ହେଉଛନ୍ତି, ସେଠାରେ ସମସ୍ତେ ଏକାଠି ହୋଇ ସ୍ବର ଉତ୍ତୋଳନ କରିବାକୁ ସେ ଆହ୍ବାନ ଦେଇଥିଲେ।




