କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବୈଧ, ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ: ସଚିନ ପାଇଲଟ୍
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ପୂର୍ବତନ ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଳାଇଥିବା ଦେଶର ଅଗ୍ରଣୀ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇଛନ୍ତି ଶୀର୍ଷସ୍ତରୀୟ କଂଗ୍ରେସ ନେତା ସଚିନ ପାଇଲଟ୍। କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବୈଧ ଥିବାରୁ ସେମାନଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ ବୋଲି ପାଇଲଟ୍ ଦାବି କରିଛନ୍ତି। ରାଜସ୍ଥାନର ଏହି ପ୍ରମୁଖ ନେତା ଶୁକ୍ରବାର ସକାଳେ ଆନ୍ଦୋଳନସ୍ଥଳ ଯନ୍ତର ମନ୍ତରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, […]
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ପୂର୍ବତନ ସଭାପତି ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଳାଇଥିବା ଦେଶର ଅଗ୍ରଣୀ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇଛନ୍ତି ଶୀର୍ଷସ୍ତରୀୟ କଂଗ୍ରେସ ନେତା ସଚିନ ପାଇଲଟ୍। କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ବୈଧ ଥିବାରୁ ସେମାନଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ହେଉ ବୋଲି ପାଇଲଟ୍ ଦାବି କରିଛନ୍ତି। ରାଜସ୍ଥାନର ଏହି ପ୍ରମୁଖ ନେତା ଶୁକ୍ରବାର ସକାଳେ ଆନ୍ଦୋଳନସ୍ଥଳ ଯନ୍ତର ମନ୍ତରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସହ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଭିନେଶ ଫୋଗଟଙ୍କ ନେତୃତ୍ବରେ ଆନ୍ଦୋଳନକାରୀମାନେ ମେ ୨୧ ତାରିଖ ଭିତରେ ବ୍ରିଜଭୂଷଣ ଗିରଫ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚରମବାଣୀ ଶୁଣାଇସାରିଛନ୍ତି।




