କୁମ୍ବଲେଙ୍କ ବିଶ୍ବକପ୍ ରେକର୍ଡ ଭାଙ୍ଗିଲେ ଜାଡ଼େଜା
ବେଙ୍ଗାଲୁରୁ: ଏଠାରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ପୂର୍ବତନ କ୍ରିକେଟର୍ ଅନୀଲ କୁମ୍ବଲେଙ୍କ ବିଶ୍ବକପ୍ ରେକର୍ଡକୁ ଭାଙ୍ଗିଛନ୍ତି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ନେଦରଲାଣ୍ଡ୍ସ ବିପକ୍ଷରେ ଜାଡ଼େଜାଙ୍କ ୨/୪୯ ବୋଲିଂ ଚିତ୍ର ଦ୍ବାରା ସେ ଚଳିତ ବିଶ୍ବକପ୍ରେ ୧୬ ୱିକେଟ୍ ପାଇଛନ୍ତି। ଏହାଫଳରେ ସ୍ପିନର ଭାବେ ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେଇଥିବା ଅନୀଲ କୁମ୍ବଲେ ଓ ଯୁବରାଜ ସିଂହଙ୍କୁ ସେ ପଛରେ ପକାଇଛନ୍ତି। କୁମ୍ବଲେ ୧୯୯୬ ସଂସ୍କରଣରେ ୧୫ ୱିକେଟ ନେଇଥିଲା ବେଳେ ଯୁବରାଜ ସିଂହ ୨୦୧୧ […]
ବେଙ୍ଗାଲୁରୁ: ଏଠାରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ପୂର୍ବତନ କ୍ରିକେଟର୍ ଅନୀଲ କୁମ୍ବଲେଙ୍କ ବିଶ୍ବକପ୍ ରେକର୍ଡକୁ ଭାଙ୍ଗିଛନ୍ତି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା। ନେଦରଲାଣ୍ଡ୍ସ ବିପକ୍ଷରେ ଜାଡ଼େଜାଙ୍କ ୨/୪୯ ବୋଲିଂ ଚିତ୍ର ଦ୍ବାରା ସେ ଚଳିତ ବିଶ୍ବକପ୍ରେ ୧୬ ୱିକେଟ୍ ପାଇଛନ୍ତି। ଏହାଫଳରେ ସ୍ପିନର ଭାବେ ଗୋଟିଏ ସଂସ୍କରଣରେ ସର୍ବାଧିକ ୱିକେଟ୍ ନେଇଥିବା ଅନୀଲ କୁମ୍ବଲେ ଓ ଯୁବରାଜ ସିଂହଙ୍କୁ ସେ ପଛରେ ପକାଇଛନ୍ତି। କୁମ୍ବଲେ ୧୯୯୬ ସଂସ୍କରଣରେ ୧୫ ୱିକେଟ ନେଇଥିଲା ବେଳେ ଯୁବରାଜ ସିଂହ ୨୦୧୧ ସଂସ୍କରଣରେ ୧୫ ୱିକେଟ୍ ପାଇଥିଲେ। ଏହି ରେକର୍ଡ ପଛକୁ ଏବେ କୁଲଦୀପ ଯାଦବ ଭାଙ୍ଗିବା ଅପେକ୍ଷାରେ ଅଛନ୍ତି। ସେ ୨/୪୨ ଚିତ୍ର ପାଇବା ପରେ ତାଙ୍କ ୱିକେଟ୍ ସଂଖ୍ୟା ୧୪ରେ ପହଞ୍ଚିଛି।




