କିର୍ଗିଜସ୍ତାନ ଓ ହଙ୍ଗେରିରେ ପ୍ରଶିକ୍ଷଣ ନେବେ ଭିନେଶ, ବଜରଙ୍ଗ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଓ ବିଶ୍ବ ଚାମ୍ପିଅନ୍ସିପ୍ ଟ୍ରାଏଲ୍ସ ପାଇଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି ଭାରତର ଦୁଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ। ଏଥିସହିତ ଏମାନଙ୍କ ବିଦେଶ ପ୍ରଶିକ୍ଷଣ ଆବେଦନକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। ଏହାଫଳରେ ଅଧିକ ପ୍ରଶିକ୍ଷଣ ପାଇଁ ବଜରଙ୍ଗ କିର୍ଗିଜସ୍ତାନ ଓ ଭିନେଶ ହଙ୍ଗେରି ଗସ୍ତ କରିବେ। ଜୁଲାଇ ପ୍ରଥମ ସପ୍ତାହରେ ଏମାନେ ବିଦେଶ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ବଜରଙ୍ଗ ୩୬ […]

Samaya Live Picture
Published On

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଓ ବିଶ୍ବ ଚାମ୍ପିଅନ୍ସିପ୍ ଟ୍ରାଏଲ୍ସ ପାଇଁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସମୟ ନେଇଛନ୍ତି ଭାରତର ଦୁଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ। ଏଥିସହିତ ଏମାନଙ୍କ ବିଦେଶ ପ୍ରଶିକ୍ଷଣ ଆବେଦନକୁ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇଛି। ଏହାଫଳରେ ଅଧିକ ପ୍ରଶିକ୍ଷଣ ପାଇଁ ବଜରଙ୍ଗ କିର୍ଗିଜସ୍ତାନ ଓ ଭିନେଶ ହଙ୍ଗେରି ଗସ୍ତ କରିବେ। ଜୁଲାଇ ପ୍ରଥମ ସପ୍ତାହରେ ଏମାନେ ବିଦେଶ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ବଜରଙ୍ଗ ୩୬ ଦିନ ପାଇଁ କିର୍ଗିଜସ୍ତାନର ଇସିକ୍କୁଲ୍ରେ ପ୍ରଶିକ୍ଷଣ ନେବେ। ଅନ୍ୟପକ୍ଷରେ ଭିନେଶ ପ୍ରଥମେ ବିସ୍କେକ୍କୁ ସପ୍ତାହକ ପାଇଁ ଯିବେଗ ସେଠାରୁ ହଙ୍ଗେରିର ଟାଟାଠାରେ ୧୮ ଦିନ ପାଇଁ ପ୍ରଶିକ୍ଷଣ ନେବାକୁ ଫେରିଆସିବେ। ସୂଚନାଯୋଗ୍ୟ, ଭିନେଶ ଓ ବଜରଙ୍ଗଙ୍କ ସହିତ ଅନ୍ୟ ଶୀର୍ଷ କୁସ୍ତିଯୋଦ୍ଧାମାନେ ଦିଲ୍ଲୀରେ ଡବ୍ଲୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବି କରି ଯନ୍ତରମନ୍ତରରେ ଧାରଣା ଦେଇଥିଲେ। ଏବେ ସେମାନେ ଆନ୍ତର୍ଜାତିକ ପ୍ରଶିକ୍ଷଣକୁ ବାହାରୁଥିବାରୁ ଆଉ ରାସ୍ତାରେ ଆନ୍ଦୋଳନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Tags: