କାନାଡିଆନ୍ ଗ୍ରାଁ ପ୍ରି ଜିତି ରେଡ୍ବୁଲ୍କୁ ୧୦୦ତମ ବିଜୟ ଦେଲେ ଭର୍ସ୍ତାପେନ୍

ଓଟୱା: ମ୍ୟାକ୍ସ ଭର୍ସ୍ତାପେନ ପୋଲ୍ ପୋଜିସନ୍ରେ ରହି କାନାଡିଆନ୍ ଗ୍ରାଁ ପ୍ରି ଜିତିବା ସହ ରେଡ୍ବୁଲକୁ ୧୦୦ତମ ବିଜୟ ଦେଇଛନ୍ତି। ୨୫ ବର୍ଷୀୟ ନେଦରଲାଣ୍ଡ୍ସ ଚାଳକଙ୍କ ପାଇଁ ଏହା ୪୧ତମ ବିଜୟ ଥିଲା। ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସୋ ଦ୍ବିତୀୟ ଏବଂ ଇଂଲଣ୍ଡର ମର୍ସିଡିଜ୍ ଚାଳକ ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ଫେରାରିର ଦୁଇ ଚାଳକ ଚାର୍ଲେସ ଲେକଲର୍କ ଓ କାର୍ଲୋସ ସୈଞ୍ଜ ଯଥାକ୍ରମେ ଚତୁର୍ଥ […]

Samaya Live Picture
Published On

ଓଟୱା: ମ୍ୟାକ୍ସ ଭର୍ସ୍ତାପେନ ପୋଲ୍ ପୋଜିସନ୍ରେ ରହି କାନାଡିଆନ୍ ଗ୍ରାଁ ପ୍ରି ଜିତିବା ସହ ରେଡ୍ବୁଲକୁ ୧୦୦ତମ ବିଜୟ ଦେଇଛନ୍ତି। ୨୫ ବର୍ଷୀୟ ନେଦରଲାଣ୍ଡ୍ସ ଚାଳକଙ୍କ ପାଇଁ ଏହା ୪୧ତମ ବିଜୟ ଥିଲା। ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସୋ ଦ୍ବିତୀୟ ଏବଂ ଇଂଲଣ୍ଡର ମର୍ସିଡିଜ୍ ଚାଳକ ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ଫେରାରିର ଦୁଇ ଚାଳକ ଚାର୍ଲେସ ଲେକଲର୍କ ଓ କାର୍ଲୋସ ସୈଞ୍ଜ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଋତୁର ଫର୍ମୁଲା ୱାନ୍ର ପ୍ରତ୍ୟେକ ରେସ୍ରେ ରେଡ୍ବୁଲ ବିଜୟୀ ହୋଇଛି। ଏହି ଋତୁରେ ୨ ଥରର ବିଶ୍ବ ବିଜେତା ଭର୍ସ୍ତାପେନ୍ଙ୍କ ଏହା ଷଷ୍ଠ ଏବଂ ଲଗାତାର ଚତୁର୍ଥ ବିଜୟ।

Tags: