କାନାଡା ଓପନ୍ ପ୍ରିକ୍ବାର୍ଟରରେ ସିନ୍ଧୁ, ଲକ୍ଷ୍ୟ
କାଲଗାରି: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ କାନାଡା ଓପନ୍ ବିଡବ୍ଲୁଏଫ୍ ବିଶ୍ବ ଟୁର୍ ସୁପର ୫୦୦ ପ୍ରତିଯୋଗିତାରର ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ମୁକାବିଲାରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୬, ୨୧-୯ରେ କାନାଡ଼ାର ତାଲିଆ ଏନ୍ଜିଙ୍କୁ ହରାଇଥିଲେ। ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ୨ ଥରର ଅଲିମ୍ପିକ୍ ପଦକ ବିଜୟିନୀ ନାସୁକି ନିଦାଇରାଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ୨୧-୧୮, ୨୧-୧୫ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର କୁନଲାଭୁତ ଭିତିସର୍ନଙ୍କୁ ପରାସ୍ତ […]
କାଲଗାରି: ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ କାନାଡା ଓପନ୍ ବିଡବ୍ଲୁଏଫ୍ ବିଶ୍ବ ଟୁର୍ ସୁପର ୫୦୦ ପ୍ରତିଯୋଗିତାରର ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ମୁକାବିଲାରେ ଚତୁର୍ଥ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୬, ୨୧-୯ରେ କାନାଡ଼ାର ତାଲିଆ ଏନ୍ଜିଙ୍କୁ ହରାଇଥିଲେ। ପ୍ରିକ୍ବାର୍ଟର ଫାଇନାଲ୍ରେ ଏହି ୨ ଥରର ଅଲିମ୍ପିକ୍ ପଦକ ବିଜୟିନୀ ନାସୁକି ନିଦାଇରାଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ୨୧-୧୮, ୨୧-୧୫ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର କୁନଲାଭୁତ ଭିତିସର୍ନଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ସେ ବ୍ରାଜିଲର ୟିଗର କୋଏଲୋଙ୍କୁ ଭେଟିବେ।




