କଲମ୍ବୋ ମିଟ୍ ରିଲେରେ ଭାରତର ଦବଦବା
କଲମ୍ବୋ: ଶ୍ରୀଲଙ୍କା ଜାତୀୟ ଆଥଲେଟିକ୍ ଚାମ୍ପିଅନ୍ସିପ୍ କଲମ୍ବୋ ମିଟ୍ ରିଲେ ଦୌଡ଼ରେ ଭାରତୀୟ ଖେଳାଳି ଦବ୍ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଏଠାରେ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେଷ୍ଠ ପୁରୁଷ ଫିଙ୍ଗଳି ପୁରୁସ୍କାର ମିଳିଛି। ଶେଷ ଦିନରେ ମିଶ୍ରିତ ୪ଗୁଣା ୪୦୦ ମିଟରରେ ଭାରତର ଦୁଇଟି ଦଳ ଭାଗ ନେଇଥିଲା ବେଳେ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଥିଲା। ଆମୋଜ ଜାକବ, […]
କଲମ୍ବୋ: ଶ୍ରୀଲଙ୍କା ଜାତୀୟ ଆଥଲେଟିକ୍ ଚାମ୍ପିଅନ୍ସିପ୍ କଲମ୍ବୋ ମିଟ୍ ରିଲେ ଦୌଡ଼ରେ ଭାରତୀୟ ଖେଳାଳି ଦବ୍ଦବା ଦେଖାଇ ୩ ସ୍ବର୍ଣ୍ଣ ଓ ୧ ରୌପ୍ୟ ସହ ୪ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଏଠାରେ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଶ୍ରେଷ୍ଠ ପୁରୁଷ ଫିଙ୍ଗଳି ପୁରୁସ୍କାର ମିଳିଛି। ଶେଷ ଦିନରେ ମିଶ୍ରିତ ୪ଗୁଣା ୪୦୦ ମିଟରରେ ଭାରତର ଦୁଇଟି ଦଳ ଭାଗ ନେଇଥିଲା ବେଳେ ସ୍ବର୍ଣ୍ଣ ଓ ରୌପ୍ୟ ମିଳିଥିଲା। ଆମୋଜ ଜାକବ, ଐଶ୍ବର୍ଯ୍ୟା ମିଶ୍ରା, ମହମ୍ମଦ ଆନସ ଓ ହିମାଂଶୀ ମଲ୍ଲିକଙ୍କୁ ନେଇ ଗଠିତ ଦଳ (୩:୧୭.୩୩ ସେକେଣ୍ଡ) ଏବଂ ନିହାଲ ଜୋଏଲ, ଶୁଭା ଭି, ମିଚୋ ଚାକୋ ଓ ଭିଥ୍ୟାଙ୍କୁ ନେଇ ଗଠିତ ଦଳ (୩:୧୮.୦୩ ସେକେଣ୍ଡ) ଯଥାକ୍ରମେ ୧-୨ରେ ରେସ୍ ଫିନିସ୍ କରିଥିଲେ। ୪ଗୁଣା ୪୦୦ ମିଟର ରିଲେ ପରୁଷ ଦଳ (୩:୦୨.୦୩ ସେକେଣ୍ଡ) ଏବଂ ମହିଳା ଦଳ (୩:୩୦.୪୧ ମିନିଟ୍) ସ୍ବର୍ଣ୍ଣ ଜିତିଥିଲେ। ପୁରୁଷ ଦଳରେ ଜାଶକବ, ଆନସ, ରାଜେଶ ରମେଶ, ଏମ୍ ଆଜମଲ ଏବଂ ମହିଳା ଦଳରେ ସୋନିଆ ବୈଶ୍ୟ, ଐଶ୍ବର୍ଯ୍ୟା, ଶୁଭା ଓ ହିମାଂଶୀ ରହିଥିଲେ। ଶେଷ ଦିନରେ ପୁରୁଷ ୪୦୦ ମିଟର ହଡଲ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ମିଳିଥିଲା। ସନ୍ତୋଷ କୁମାର ୫୦.୩୮ ସେକେଣ୍ଡରେ ରେସ୍ ଶେଷ କରି ଏହି ପଦକ ଜିତିଥିଲେ।




