କମାଲ୍ କଲେ ଭାରତୀୟ ବୋଲର; ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆକୁ ୪୪ ରନ୍ରେ ହରାଇଲେ
ଥିରୁଅନନ୍ତପୁରମ୍: ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ବ୍ୟାଟର୍ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଘରୋଇ ଦଳ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୩୫ ରନ୍ ସ୍କୋର୍ କରିବା ପରେ ଅଷ୍େ୍ରପୁଲିଆକୁ ୧୯୧ ରନ୍ରେ ରୋକି ଦେଇଛି। ୨୮ ତାରିଖରେ ତୃତୀୟ ଟ୍ବେଣ୍ଟି-୨୦ ଗୌହାଟୀରେ ଖେଳାଯିବ। ୨୩୬ ରନ୍କୁ ପିଛା କରିଥିବା ଅଷ୍ଟ୍ରେଲିଆ ବିଇସ୍ଫୋରକ ଆରମ୍ଭ କରିଥିଲେ ମଧ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଅଷ୍ଟମ ଓଭର […]
ଥିରୁଅନନ୍ତପୁରମ୍: ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ବ୍ୟାଟର୍ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଘରୋଇ ଦଳ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୩୫ ରନ୍ ସ୍କୋର୍ କରିବା ପରେ ଅଷ୍େ୍ରପୁଲିଆକୁ ୧୯୧ ରନ୍ରେ ରୋକି ଦେଇଛି। ୨୮ ତାରିଖରେ ତୃତୀୟ ଟ୍ବେଣ୍ଟି-୨୦ ଗୌହାଟୀରେ ଖେଳାଯିବ।
୨୩୬ ରନ୍କୁ ପିଛା କରିଥିବା ଅଷ୍ଟ୍ରେଲିଆ ବିଇସ୍ଫୋରକ ଆରମ୍ଭ କରିଥିଲେ ମଧ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଅଷ୍ଟମ ଓଭର ବେଳକୁ ୫୮/୪ରେ ସଂଘର୍ଷ କରିଥିଲା। ମାର୍କସ ଷ୍ଟୋଇନିସ୍ ଓ ଟିମ୍ ଡେଭିଡ୍ ୬ ଓଭରରେ ୮୧ ରନ୍ ଯୋଡ଼ିଥିଲେ। କିନ୍ତୁ ରବି ବିେଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ ଘାତକ ବୋଲିଂ କରି ଅଷ୍ଟ୍ରେଲିଆକୁ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇ ନଥିଲେ। ଅକ୍ଷର ପଟେଲ, ମୁକେଶ କୁମାର, ଅର୍ଶଦୀପ ସିଂହ ଜଣେ ଲେଖାଏଁ ବ୍ୟାଟର୍ଙ୍କୁ ବିଦା କରିବା ଘରୋଇ ଦଳର ପ୍ରତି ବୋଲରଙ୍କୁ ଅନ୍ୟୁନ ୧ ୱିକେଟ୍ ସଫଳତା ଦେଇଥିଲା। ଏଥିପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ମାତ୍ର ୨୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜୟସ୍ବାଲ ୫୩ ରନ୍ କରି ଆଉଟ୍ ହୋଇଥିଲେ। ଈଶାନ କିଶନ ବି୍ସ୍ଫୋରକ ବ୍ୟାଟିଂ ଆଭିମୁଖ୍ୟକୁ ଜାରି ରଖିବା ସହ ୩ ଚୌକା ଓ ୪ ଛକା ବଳରେ ୫୨ ରନ୍ କରିଥିଲେ। ଗାଏକ୍ବାଡ ଅର୍ଦ୍ଧଶତକ କରି ଆଉଟ୍ ହୋଇଥିଲେ। ଶେଷକୁ ସୂର୍ଯ୍ୟକୁମାର ଯାଦବ (୧୯), ରିଙ୍କୁ ସିଂହ (୩୧*) ଓ ତିଳକ ବର୍ମା (୭*) ଭାରତକୁ ୨୩୫ ରନ୍ର ଲଢ଼ୁଆ ସ୍କୋର୍ ଦେଇଥିଲେ।




