କନିଷ୍ଠ ମହିଳା ଏସିଆ କପରେ ମାଲେସିଆକୁ ହରାଇଲା ଭାରତ
କାକାମିଗାହାରା: ଜୁନିଅର ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତର ବିଜୟଧାରା ଜାରି ରହିଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍ରେ ଉଜବେକିସ୍ତାନକୁ ୨୨-୦ ଗୋଲ୍ରେ ହରାଇଥିଲା ବେଳେ ସୋମବାର ଦ୍ବିତୀୟ ମ୍ୟାଚ୍ରେ ୨-୧ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଏହାଫଳରେ ଭାରତ ୨ ମ୍ୟାଚ୍ରୁ ୨ ବିଜୟ ସହ ପୁଲ୍-ଏ’ରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବ। ମାଲେସିଆ ବିପକ୍ଷ ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ […]
କାକାମିଗାହାରା: ଜୁନିଅର ମହିଳା ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତର ବିଜୟଧାରା ଜାରି ରହିଛି। ପୁଲ୍-ଏ’ରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚ୍ରେ ଉଜବେକିସ୍ତାନକୁ ୨୨-୦ ଗୋଲ୍ରେ ହରାଇଥିଲା ବେଳେ ସୋମବାର ଦ୍ବିତୀୟ ମ୍ୟାଚ୍ରେ ୨-୧ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଏହାଫଳରେ ଭାରତ ୨ ମ୍ୟାଚ୍ରୁ ୨ ବିଜୟ ସହ ପୁଲ୍-ଏ’ରେ ଶୀର୍ଷ ସ୍ଥାନ ଦଖଲ କରିଛି। ଭାରତ ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର କୋରିଆ ବିପକ୍ଷରେ ଖେଳିବ। ମାଲେସିଆ ବିପକ୍ଷ ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳିଥିଲା। ପ୍ରଥମରୁ ଭାରତ ୨ଟି କ୍ରମାଗତ ପେନାଲ୍ଟି କର୍ଣ୍ଣର ମଧ୍ୟ ଅର୍ଜନ କରିଥିଲା। ହେଲେ ଏହାକୁ ଗୋଲ୍ କରିବାରେ ବିଫଳ ହୋଇଥିଲା। ଏହାପରେ ଡିଆନ୍ ନାଜେରି (୬ ମିନିଟ୍)ଙ୍କ ଗୋଲ୍ରେ ମାଲେସିଆ ୧-୦ରେ ଆଗୁଆ ହୋଇଯାଇଥିଲା। ଦଶମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମମତାଜ ଖାନ ଗୋଲ୍ରେ ପରିଣତ କରି ସ୍ଥିତି ୧-୧ କରି ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ୨୬ ମନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଦୀପିକା ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ ରଖିଥିଲେ। ତୃତୀୟ ଓ ଚତୁର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହେବାରୁ ଭାରତ ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା।




