ଓମାନକୁ ୧୭-୦ରେ ହରାଇ କନିଷ୍ଠ ଏସିଆ କପ୍ ସେମିଫାଇନାଲରେ ଭାରତ

ସଲାଲା (ଓମାନ୍): ଚଳିତ କନିଷ୍ଠ ଏସିଆ କପ୍ ହକି ପ୍ରତିଯୋଗିତାରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ୍ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ ୧୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ପାକିସ୍ତାନ ୩ ମ୍ୟାଚ୍ରୁ ୭ ପଏଣ୍ଟ ସହ ଦ୍ବିତୀୟରେ ଅଛି। ରବିବାର ଭାରତ ଏକତରଫା ଭାବେ ମ୍ୟାଚ୍ ଜିତିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ଥିଲେ […]

Samaya Live Picture
Published On

ସଲାଲା (ଓମାନ୍): ଚଳିତ କନିଷ୍ଠ ଏସିଆ କପ୍ ହକି ପ୍ରତିଯୋଗିତାରେ ରବିବାର ଭାରତ ୧୭-୦ରେ ଓମାନକୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ନିଜର ସମସ୍ତ ୪ ମ୍ୟାଚ୍ ଖେଳି ୩ ବିଜୟ ଓ ଗୋଟିଏ ଡ୍ର’ ସହିତ ୧୦ ପଏଣ୍ଟ ପାଇ ଶୀର୍ଷରେ ରହିଛି। ପାକିସ୍ତାନ ୩ ମ୍ୟାଚ୍ରୁ ୭ ପଏଣ୍ଟ ସହ ଦ୍ବିତୀୟରେ ଅଛି। ରବିବାର ଭାରତ ଏକତରଫା ଭାବେ ମ୍ୟାଚ୍ ଜିତିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ୫-୦ରେ ଆଗୁଆ ଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧର ଦୁଇ କ୍ବାର୍ଟରରେ ୧୨ ଗୋଲ୍ ବର୍ଷା କରିଥିଲା। ଓଡ଼ିଆ ତାରକା ଅମନଦୀପ ଲାକ୍ରା ୩ଟି (୨୬, ୨୯, ୪୭ ମିନିଟ୍) ଗୋଲ୍ ଦେଇଥିଲେ। ଗୋଲ୍ ଅଭିଯାନ ଆରମ୍ଭ କରିଥିବା ଅଙ୍ଗଦ ବୀର ସିଂହ ୪ଟି (୧୩, ୩୩, ୪୭, ୫୫ ମିନିଟ୍) ଗୋଲ୍ ଦେଇଥିଲେ। ଉତ୍ତମ ସିଂହ (୨୪ ଓ ୩୧ ମିନିଟ୍) ଦୁଇଟି ଗୋଲ୍ ଦେଇଥିବାବେଳେ ଯୋଗେମ୍ବର ରାୱତ (୧୭), ଅରାଇଜିତ୍ ସିଂହ ହ୍ୟୁଣ୍ଡାଇ (୩୬), ବିଷ୍ଣୁକାନ୍ତ ସିଂହ (୩୮), ବବି ସିଂହ ଧାମି (୪୫), ଶାରଦା ନନ୍ଦ ତିୱାରୀ (୪୬), ରୋହିତ (୪୯), ସୁନିତ ଲାକ୍ରା (୫୪), ରାଜିନ୍ଦର ସିଂହ (୫୬) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ଜିତାଇଥିଲେ।

Tags: