ଏସୀୟ ମହିଳା ଚାମ୍ପିଅନ୍ସ ଟ୍ରଫି ହକିରେ ମାଲେସିଆକୁ ହରାଇ ଭାରତର ବିଜୟ ଅଭିଯାନ
ରାଜଗିର: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ବିହାରର ରାଜଗିରରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ବିଜେତା ଭାରତ ନିଜର ଦବ୍ଦବା ଜାରି ରଖି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ଭାରତ ୪-୦ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଅଷ୍ଟମ ମିନିଟ୍ରେ ସଂଗୀତା କୁମାରୀଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହେବାରୁ ଭାରତ ପ୍ରଥମାର୍ଦ୍ଧକୁ ୧-୦ରେ ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟର ଶେଷ […]
ରାଜଗିର: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ବିହାରର ରାଜଗିରରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ବିଜେତା ଭାରତ ନିଜର ଦବ୍ଦବା ଜାରି ରଖି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ଭାରତ ୪-୦ ଗୋଲ୍ରେ ମାଲେସିଆକୁ ପରାସ୍ତ କରିଛି। ଅଷ୍ଟମ ମିନିଟ୍ରେ ସଂଗୀତା କୁମାରୀଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହେବାରୁ ଭାରତ ପ୍ରଥମାର୍ଦ୍ଧକୁ ୧-୦ରେ ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟର ଶେଷ ଦୁଇ ମିନିଟ୍ରେ ପ୍ରୀତି ଦୁବେ (୪୩ ମିନିଟ୍) ଓ ଉଦିତା (୪୪ ମିନିଟ୍) ଦୁଇଟି ଗୋଲ୍ ଦେଇ ଦଳକୁ ୩-୦ରେ ଆଗୁଆ ରଖିଥିଲେ। ୫୫ତମ ମିନିଟ୍ରେ ସଂଗୀତା ଫିଲ୍ଡ ଗୋଲ୍ରେ ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୪-୦ ବିଜୟ ଭେଟି ଦେଇଥିଲେ। ସୋମବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଚୀନ୍ ୧୫-୦ ଗୋଲ୍ରେ ଥାଇଲାଣ୍ଡକୁ ହରାଇଥିଲା ବେଳେ କୋରିଆ (୨) ସହ ଜାପାନ (୨) ପଏଣ୍ଟ୍ ବାଣ୍ଟିଥିଲା। ଉଦ୍ଘାଟନୀ ଉତ୍ସବରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଦୀପକ କୁମାର, ଓଏସ୍ଡି ରାଜେଶ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସମ୍ପାଦକ ଭୋଳାନାଥ ସିଂହ, କାର୍ଯ୍ୟନିର୍ବାହୀ ଆର୍କେ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।




