ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ ସେମିଫାଇନାଲରେ ଭାରତୀୟ ମହିଳା
ନୂଆଦିଲ୍ଲୀ: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ରେ ଭାରତୀୟ ମହିଳା ଐତିହାସିକ ପଦକ ନିଶ୍ଚିତ କରିଛନ୍ତି। ହଂକଂକୁ ୩-୦ରେ ହରାଇ ଭାରତ ସେମିରେ ପହଞ୍ଚିବା ସହ ପ୍ରଥମ ଥର ପଦକ ପାଇବାକୁ ଯାଉଛି। ପ୍ରଥମ ମ୍ୟାଚ୍ରେ ଚୀନ୍କୁ ହରାଇଥିବା ଭାରତ ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ, ଅସ୍ମିତା ଚାଳିହା ଏବଂ ଡବଲ୍ସ ଯୋଡ଼ି ଅଶ୍ବିନୀ ପୋନାପ୍ପା ଓ ତନିଷା କ୍ରାଷ୍ଟୋଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ସେମିଫାଇନାଲ୍ରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍ରେ ସିନ୍ଧୁ ୨୧-୧୭, […]
ନୂଆଦିଲ୍ଲୀ: ମାଲେସିଆରେ ଚାଲିଥିବା ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ରେ ଭାରତୀୟ ମହିଳା ଐତିହାସିକ ପଦକ ନିଶ୍ଚିତ କରିଛନ୍ତି। ହଂକଂକୁ ୩-୦ରେ ହରାଇ ଭାରତ ସେମିରେ ପହଞ୍ଚିବା ସହ ପ୍ରଥମ ଥର ପଦକ ପାଇବାକୁ ଯାଉଛି। ପ୍ରଥମ ମ୍ୟାଚ୍ରେ ଚୀନ୍କୁ ହରାଇଥିବା ଭାରତ ଶୁକ୍ରବାର କ୍ବାର୍ଟରଫାଇନାଲ୍ରେ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ, ଅସ୍ମିତା ଚାଳିହା ଏବଂ ଡବଲ୍ସ ଯୋଡ଼ି ଅଶ୍ବିନୀ ପୋନାପ୍ପା ଓ ତନିଷା କ୍ରାଷ୍ଟୋଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ସେମିଫାଇନାଲ୍ରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍ରେ ସିନ୍ଧୁ ୨୧-୧୭, ୧୬-୨୧, ୨୧-୧୨ରେ ତାଙ୍କଠୁ କମ୍ ମାନ୍ୟତାପ୍ରାପ୍ତ ଲୋ ସିନ୍ ୟାନ୍ ହାପିଙ୍କୁ ପରାସ୍ତ କରିଥିଲେ। ଯୁଗଳ ମ୍ୟାଚ୍ରେ ଅଶ୍ବିନୀ ଓ ତନିଷାଙ୍କ ଯୋଡ଼ି ମାତ୍ର ୩୫ ମିନିଟ୍ ମଧ୍ୟରେ ୨୧-୧୦, ୨୧-୧୪ରେ ୟୁଙ୍ଗ ଏନ୍ଗା ଟିଙ୍ଗ ଓ ୟୁଙ୍ଗ ପୁଇ ଲାମ୍ଙ୍କୁ ହରାଇଥିଲେ। ତୃତୀୟ ମ୍ୟାଚ୍ରେ ଅସ୍ମିତା ୨୧-୧୨, ୨୧-୧୩ ସିଧାସଳଖ ସେଟ୍ରେ ୟୁଙ୍ଗ ସମ୍ ୟିଙ୍କୁ ହରାଇବାରୁ ଭାରତ ସହଜରେ ଆଗକୁ ବଢିପାରିଛି।




