ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପରେ ଚୀନ୍କୁ ହରାଇ ନକ୍ଆଉଟରେ ଭାରତ
ନୂଆଦିଲ୍ଲୀ: ମାଲେସିଆରେ ଆରମ୍ଭ ହୋଇଥିବା ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ର ମହିଳା ବର୍ଗରେ ଭାରତ ୩-୨ରେ ଚୀନ୍କୁ ପରାସ୍ତ କରି ନକ୍ଆଉଟ୍ରେ ପ୍ରବେଶ କରିଛି। ଆଣ୍ଠୁରେ ଆଘାତ ପାଇ ଗତବର୍ଷ ଅକ୍ଟୋବର ମାସରୁ ବ୍ୟାଡମିଣ୍ଟନଠୁ ଦୂରରେ ଥିବା ପିଭି ସିନ୍ଧୁ ଏହି ଚାମ୍ପିଅନ୍ସିପ୍ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପରିକି ଭାରତର ଏହି ବିଜୟରେ ତାଙ୍କର ମଧ୍ୟ ଅବଦାନ ରହିଥିଲା। ତାଙ୍କଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ହାନ୍ ୟୁଇଙ୍କୁ ୨୧-୧୭, ୨୧-୧୫ରେ ହରାଇ ସିନ୍ଧୁ ଭାରତକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ପରେ ତନିଷା […]
ନୂଆଦିଲ୍ଲୀ: ମାଲେସିଆରେ ଆରମ୍ଭ ହୋଇଥିବା ଏସୀୟ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍ର ମହିଳା ବର୍ଗରେ ଭାରତ ୩-୨ରେ ଚୀନ୍କୁ ପରାସ୍ତ କରି ନକ୍ଆଉଟ୍ରେ ପ୍ରବେଶ କରିଛି। ଆଣ୍ଠୁରେ ଆଘାତ ପାଇ ଗତବର୍ଷ ଅକ୍ଟୋବର ମାସରୁ ବ୍ୟାଡମିଣ୍ଟନଠୁ ଦୂରରେ ଥିବା ପିଭି ସିନ୍ଧୁ ଏହି ଚାମ୍ପିଅନ୍ସିପ୍ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏପରିକି ଭାରତର ଏହି ବିଜୟରେ ତାଙ୍କର ମଧ୍ୟ ଅବଦାନ ରହିଥିଲା। ତାଙ୍କଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ହାନ୍ ୟୁଇଙ୍କୁ ୨୧-୧୭, ୨୧-୧୫ରେ ହରାଇ ସିନ୍ଧୁ ଭାରତକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ପରେ ତନିଷା କ୍ରାଷ୍ଟୋ ଓ ଅଶ୍ବିନୀ ପୋନାପ୍ପାଙ୍କ ଯୋଡ଼ି ୧୯-୨୧, ୧୬-୨୧ରେ ଲିଉ ସେଙ୍ଗ ଓ ଟାନ୍ ନିଙ୍ଗ୍ଙ୍କଠୁ ହାରି ଯାଇଥିଲେ। ତୃତୀୟ ମ୍ୟାଚ୍ରେ ଅଶ୍ମିତା ଚାଲିହା ମଧ୍ୟ ବିଶ୍ବ ୯ନମ୍ବର ଖେଳାଳି ୱାଙ୍ଗ୍ ଝି’ଙ୍କଠୁ ୧୩-୨୧, ୧୫-୨୧ରେ ପରାଜିତ ହେବାରୁ ଭାରତ ୧-୨ରେ ପଛୁଆ ହୋଇଯାଇଥିଲା। ତେବେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ସ୍ଥିତି ବରାବର କରିବାରେ ସଫଳ ହୋଇଥିଲେ। ୧ଘଣ୍ଟା ୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ୍ରେ ଭାରତୀୟ ଯୋଡ଼ି ୧୦-୨୧, ୨୧-୧୮, ୨୧-୧୭ରେ ଲି ୟି ଜିଙ୍ଗ୍ ଓ ଲୁଓ ଜୁ ମିନ୍ଙ୍କୁ ପରାସ୍ତ କରିଥିଲେ। ନିର୍ଣ୍ଣାୟକ ମ୍ୟାଚ୍ରେ ଅନମୋଲ୍ ଖାର୍ବ ୨୨-୨୦, ୧୪-୨୧, ୨୧-୧୮ରେ ଉ’ ଲୁଓ ୟୁ’ଙ୍କୁ ୨୨-୨୦, ୧୪-୨୧, ୨୧-୧୮ରେ ହରାଇ ଭାରତକୁ ବିଜୟୀ କରାଇଥିଲେ।




