ଏସୀୟ ଟେବୁଲ ଟେନିସରେ ଭାରତୀୟ ପୁରୁଷ ଦଳକୁ କାଂସ୍ୟ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପିୟଙ୍ଗଚାଙ୍ଗରେ ଚାଲିଥିବା ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନ୍ସିପ୍ରେ ଭାରତୀୟ ପୁରୁଷ ଦଳ କାଂସ୍ୟ ପଦକ ଜିତିଛି। ବୁଧବାର ସେମିଫାଇନାଲ୍ରେ ଭାରତ ୦-୩ରେ ଚାଇନିଜ୍ ତାଇପେଠୁ ପରାସ୍ତ ହୋଇଥିଲା। ଭେଟେରାନ୍ ଖେଳାଳି ଶରତ କମଳ ଓ ଜି ସାଥିଆନ୍ ସିଧାସଳଖ ସେଟ୍ରେ ପରାସ୍ତ ହୋଇଥିଲା ବେଳେ ହର୍ମିତ ଦେଶାଇ ଲଢେଇ କରି ହାରିଥିଲେ। ପ୍ରଥମ ମ୍ୟାଚ୍ରେ ଶରତ ୬-୧୧, ୬-୧୧, ୯-୧୧ରେ ଚୁଆଙ୍ଗ ଚିୟୁଆନଙ୍କଠୁ, ଦ୍ବିତୀୟ ମ୍ୟାଚ୍ରେ ସାଥିଆନ୍ ୫-୧୧, ୬-୧୧, ୧୦-୧୨ରେ ୟୁନ […]
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପିୟଙ୍ଗଚାଙ୍ଗରେ ଚାଲିଥିବା ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନ୍ସିପ୍ରେ ଭାରତୀୟ ପୁରୁଷ ଦଳ କାଂସ୍ୟ ପଦକ ଜିତିଛି। ବୁଧବାର ସେମିଫାଇନାଲ୍ରେ ଭାରତ ୦-୩ରେ ଚାଇନିଜ୍ ତାଇପେଠୁ ପରାସ୍ତ ହୋଇଥିଲା। ଭେଟେରାନ୍ ଖେଳାଳି ଶରତ କମଳ ଓ ଜି ସାଥିଆନ୍ ସିଧାସଳଖ ସେଟ୍ରେ ପରାସ୍ତ ହୋଇଥିଲା ବେଳେ ହର୍ମିତ ଦେଶାଇ ଲଢେଇ କରି ହାରିଥିଲେ। ପ୍ରଥମ ମ୍ୟାଚ୍ରେ ଶରତ ୬-୧୧, ୬-୧୧, ୯-୧୧ରେ ଚୁଆଙ୍ଗ ଚିୟୁଆନଙ୍କଠୁ, ଦ୍ବିତୀୟ ମ୍ୟାଚ୍ରେ ସାଥିଆନ୍ ୫-୧୧, ୬-୧୧, ୧୦-୧୨ରେ ୟୁନ ଜୁଙ୍କଠୁ ପରାଜିତ ହୋଇଥିଲେ। ତୃତୀୟ ମ୍ୟାଚ୍ର ପ୍ରଥମ ଦୁଇ ଗେମ୍ରେ କାଓ ଚେଙ୍ଗ ଜୁଇ ୧୧-୬, ୧୧-୭ରେ ଅଗ୍ରଣୀ ନେଇଥିଲେ ବି ତୃତୀୟ ଗେମ୍କୁ ହର୍ମିତ ୧୧-୭ରେ ଜିତିଥିଲେ। କିନ୍ତୁ ଚତୁର୍ଥ ଗେମ୍ରେ ହର୍ମିତ ୯-୧୧ରେ ପରାସ୍ତ ହେବାରୁ ଭାରତ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା।




