ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ପାକିସ୍ତାନକୁ ହରାଇଲା ଭାରତ; ସେମିରେ ଜାପାନ୍କୁ ଭେଟିବ
ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ବିଦାୟ ରାସ୍ତା ଦେଖାଇଛି ଭାରତ। ଏଠାରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଘରୋଇ ୪-୦ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଛି। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ ସିଂହ (୧୫ ମିନିଟ୍) ଅଭିଯାନ ଆରମ୍ଭ କରିଥିଲେ। ୨୩ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ପାକିସ୍ତାନ ଗୋଲ୍ ପୋଷ୍ଟ୍କୁ ବଲ୍ […]
ଚେନ୍ନାଇ: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ବିଦାୟ ରାସ୍ତା ଦେଖାଇଛି ଭାରତ। ଏଠାରେ ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଘରୋଇ ୪-୦ ଗୋଲ୍ରେ ପାକିସ୍ତାନକୁ ମାତ୍ ଦେଇଛି। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ ସିଂହ (୧୫ ମିନିଟ୍) ଅଭିଯାନ ଆରମ୍ଭ କରିଥିଲେ। ୨୩ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ପାକିସ୍ତାନ ଗୋଲ୍ ପୋଷ୍ଟ୍କୁ ବଲ୍ ପଠାଇ ଭାରତକୁ ଦ୍ବିତୀୟ ସଫଳତା ଦେଇଥିଲେ ହର୍ମନପ୍ରୀତ। ତୃତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ (୩୬ ମିନିଟ୍) ଗୋଲ୍ରେ ପରିଣତ କରିଦେଇଥିଲେ। ଶେଷ କ୍ବାର୍ଟରରେ ଆକାଶଦୀପ ସିଂହ (୫୫ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୪-୦ ବିଜୟ ଭେଟି ଦେଇଥିଲେ।
ଏହି ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଶୁକ୍ରବାର ସେମିଫାଇନାଲ୍ରେ ଭାରତର ମୁକାବିଲା ଜାପାନ ସହିତ ହେବ। ଅନ୍ୟ ଏକ ସେମିଫାଇନାଲ୍ରେ ମାଲେସିଆ ଓ କୋିରିଆ ମୁହାଁମୁହିଁ ହେବେ। ଲିଗ୍ର ଶେଷ ପର୍ଯ୍ୟାୟରେ ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ଜାପାନ ୨-୧ ଗୋରଲ୍ରେ ଚୀନ୍କୁ ଏବଂ ମାଲେସିଆ ୧-୦ ଗୋଲ୍ରେ କୋରିଆକୁ ପରାସ୍ତ କରିଥିଲା। ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। କୋାରିଆ ଓ ଜାପାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏବେ ପାକିସ୍ତାନ ପଞ୍ଚମ ସ୍ଥାନ ପାଇଁ ଚୀନ୍ ସହ ଲଢ଼େଇ କରିବ।




