ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତର ଅଭିଯାନ: ଚୀନ୍କୁ ୭-୨ ଗୋଲ୍ରେ ହରାଇଲା
ଚେନ୍ନାଇ: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଚେନ୍ନାଇରେ ଆରମ୍ଭ ହେଇଛି। ଉଦ୍ଘାଟନୀ ଦିବସରେ ଭାରତ ୭-୨ ଗୋାଲ୍ରେ ଚୀନ୍କୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ (୫, ୮ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ସହ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାପରେ ବରୁଣ କୁମାର (୧୯, ୩୦ ମିନିଟ୍) ଦୁଇଟି ଏବଂ ସୁଖଜିତ ସିଂହ (୧୫ ମିନିଟ୍), ଆକାଶଦୀପ ସିଂହ (୧୬ ମିନିଟ୍) ଓ ମନଦୀପ ସିଂହ […]
ଚେନ୍ନାଇ: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତା ଚେନ୍ନାଇରେ ଆରମ୍ଭ ହେଇଛି। ଉଦ୍ଘାଟନୀ ଦିବସରେ ଭାରତ ୭-୨ ଗୋାଲ୍ରେ ଚୀନ୍କୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ (୫, ୮ ମିନିଟ୍) ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ସହ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାପରେ ବରୁଣ କୁମାର (୧୯, ୩୦ ମିନିଟ୍) ଦୁଇଟି ଏବଂ ସୁଖଜିତ ସିଂହ (୧୫ ମିନିଟ୍), ଆକାଶଦୀପ ସିଂହ (୧୬ ମିନିଟ୍) ଓ ମନଦୀପ ସିଂହ (୪୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଚୀନ୍ର ଜିଏସେଙ୍ଗ ଜାଓ (୧୮, ୨୫ ମିନିଟ୍) କେବଳ ଦୁଇଟି ଗୋଲ୍ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ। ପ୍ରଥମ ଦିନରେ ଖେଳାଯାଇଥିବା ଅନ୍ୟ ଦୁଇ ମ୍ୟାଚ୍ରେ ମାଲେସିଆ ୩-୧ ଗୋଲ୍ରେ ପାକିସ୍ତାନକୁ ଏବଂ ଦକ୍ଷିଣ କୋରିଆ ୨-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା।




