ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ-ଜାପାନ ମ୍ୟାଚ୍ ଡ୍ର’
ଚେନ୍ନାଇ: ଏଠାରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଓ ଜାପାନ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଛି। ମ୍ୟାଚ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ସେଗୁଡିକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ଦ୍ବିତୀୟ କ୍ବାର୍ଟରର ୨୮ତମ ମିନିଟ୍ରେ ଜାପାନ୍ର ନାଗାୟୋସି କେନ୍ ପେନାଲ୍ଟି କର୍ଣ୍ଣରରୁ ଏହି ପ୍ରଥମ ଗୋଲ୍ ଦେଇଥିଲେ। ହେଲେ ୪୩ତମ ମିନିଟ୍ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ […]
ଚେନ୍ନାଇ: ଏଠାରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଭାରତ ଓ ଜାପାନ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଛି। ମ୍ୟାଚ୍ର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘରୋଇ ଦଳ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ସେଗୁଡିକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ଦ୍ବିତୀୟ କ୍ବାର୍ଟରର ୨୮ତମ ମିନିଟ୍ରେ ଜାପାନ୍ର ନାଗାୟୋସି କେନ୍ ପେନାଲ୍ଟି କର୍ଣ୍ଣରରୁ ଏହି ପ୍ରଥମ ଗୋଲ୍ ଦେଇଥିଲେ। ହେଲେ ୪୩ତମ ମିନିଟ୍ରେ ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ (ପେନାଲ୍ଟି କର୍ଣ୍ଣର) ଏହାକୁ ଶୁଝିବାରୁ ସ୍ଥିତି ବରାବର ହୋଇଥିଲା। ଦଶମ ପେନାଲ୍ଟି କର୍ଣ୍ଣର ପ୍ରୟାସରେ ଭାରତକୁ ଏହି ସଫଳତା ମିଳିଥିଲା। ମ୍ୟାଚ୍ରେ ଅଗ୍ରଣୀ ପାଇବାକୁ ଦଳ ଯେତେ ପ୍ରୟାସ କରିଥିଲେ ବି ଜାପାନ୍ ରକ୍ଷଣଭାଗକୁ ପାର କରିବାରେ ଭାରତୀୟ ଖେଳାଳି ବିଫଳ ହୋଇଥିଲେ। ଭାରତ ନିଜର ପରବର୍ତୀ ମ୍ୟାଚ୍ ରବିବାର ମାଲେସିଆ ସହ ଖେଳିବ। ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମାଲେସିଆ ୫-୧ ଗୋଲ୍ରେ ଚୀନ୍କୁ ପରାସ୍ତ କରିଥିଲା ବେଳେ ପାକିସ୍ତାନ ଓ କୋରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।




