ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଫୁଟବଲ୍ ଦଳ ଘୋଷିତ
ନୂଆଦିଲ୍ଲୀ: ଚୀନ୍ରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ମଙ୍ଗଳବାର ଭାରତୀୟ ଫୁଟ୍ବଲ୍ ଦଳ ଘୋଷିତ ହୋଇଛି। ଏହି ୨୨ ଜଣିଆ ଦଳରେ ତାରକା ଖେଳାଳି ସୁନିଲ ଛେତ୍ରୀ, ବରିଷ୍ଠ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଓ ପ୍ରଥମ ପସନ୍ଦର ଗୋିଲି ଗୁରପ୍ରୀତ ସିଂହ ସାନ୍ଧୁଙ୍କୁ ସ୍ଥାନ ମିଳିଛି। ଚୀନ୍ର ହାଙ୍ଗଝୁରେ ଆୟୋଜିତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ଇଗୋର ଷ୍ଟିମାକ୍ଙ୍କ ପ୍ରଶିକ୍ଷଣରେ ଭାଗନେବ। ଭାରତୀୟ ଦଳ: ଗୁରପ୍ରୀତ ସିଂହ ସାନ୍ଧୁ, ଗୁରମୀତ ସିଂହ, ଧୀରାଜ […]
ନୂଆଦିଲ୍ଲୀ: ଚୀନ୍ରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଲାଗି ମଙ୍ଗଳବାର ଭାରତୀୟ ଫୁଟ୍ବଲ୍ ଦଳ ଘୋଷିତ ହୋଇଛି। ଏହି ୨୨ ଜଣିଆ ଦଳରେ ତାରକା ଖେଳାଳି ସୁନିଲ ଛେତ୍ରୀ, ବରିଷ୍ଠ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ଓ ପ୍ରଥମ ପସନ୍ଦର ଗୋିଲି ଗୁରପ୍ରୀତ ସିଂହ ସାନ୍ଧୁଙ୍କୁ ସ୍ଥାନ ମିଳିଛି। ଚୀନ୍ର ହାଙ୍ଗଝୁରେ ଆୟୋଜିତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ଇଗୋର ଷ୍ଟିମାକ୍ଙ୍କ ପ୍ରଶିକ୍ଷଣରେ ଭାଗନେବ।
ଭାରତୀୟ ଦଳ: ଗୁରପ୍ରୀତ ସିଂହ ସାନ୍ଧୁ, ଗୁରମୀତ ସିଂହ, ଧୀରାଜ ସିଂହ ମୋଇରାଙ୍ଗଥେମ (ଗୋଲି), ସନ୍ଦେଶ ଝିଙ୍ଗାନ, ଅନୱାର ଅଲୀ, ନରେନ୍ଦ୍ର ଗେହଲଟ, ଲାଲଚୁଙ୍ଗନୁଙ୍ଗା, ଆକାଶ ମିଶ୍ରା, ରୋଶନ ସିଂହ, ଆଶିଷ ରାୟ (ଡିଫେଣ୍ଡର), ଜିକ୍ସନ ସିଂହ ଥୌନାଓଜାମ, ସୁରେଶ ସିଂହ ୱାଙ୍ଗଜାମ, ଆପୁଇଆ ରାଲ୍ଟା, ଅମରଜିତ ସିଂହ କିୟାମ, ରାହୁଲ କେପି, ନାଓରେମ ମହେଶ ସିଂହ (ମିଡ୍ଫିଲ୍ଡର), ଶିବ ଶକ୍ତି ନାରାୟଣନ, ରହିମ ଅଲୀ, ସୁନିଲ ଛେତ୍ରୀ, ଅନିକେତ ଯାଦବ, ବିକ୍ରମ ପ୍ରତାପ ସିଂହ, ରୋହିତ ଦାନୁ (ଫରୱାର୍ଡ)।




