ଏସୀୟ କ୍ରୀଡ଼ା ପାଇଁ ଘୋଷଣା ହେଲା ଭାରତୀୟ ବକ୍ସିଂ ଦଳ

ନୂଆଦିଲ୍ଲୀ: ଚୀନ୍ରେ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ବକ୍ସିଂ ଦଳର ଘୋଷଣା କରାଯାଇଛି। ଏହି ଦଳରେ ୬ ଥର ଏସୀୟ ଚାମ୍ପିଅନ୍ସିପ୍ ପଦକ ବିଜେତା ଶିବ ଥାପା, ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭଲିନା ବର୍ଗୋହେଁ ଏବଂ ଦୁଇଥର ବିଶ୍ବ ବିଜୟିନୀ ବିଜେତା ନିଖତ ଜରୀନ୍ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ନିକଟରେ ବିଶ୍ବ ଚାମ୍ପିଅନ୍ସିପ୍ରେ କାଂସ୍ୟ ପଦକ ପାଇଥିବା ତଥା […]

Samaya Live Picture
Published On

ନୂଆଦିଲ୍ଲୀ: ଚୀନ୍ରେ ସେପ୍ଟେମ୍ବର ୨୩ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ବକ୍ସିଂ ଦଳର ଘୋଷଣା କରାଯାଇଛି। ଏହି ଦଳରେ ୬ ଥର ଏସୀୟ ଚାମ୍ପିଅନ୍ସିପ୍ ପଦକ ବିଜେତା ଶିବ ଥାପା, ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ଲଭଲିନା ବର୍ଗୋହେଁ ଏବଂ ଦୁଇଥର ବିଶ୍ବ ବିଜୟିନୀ ବିଜେତା ନିଖତ ଜରୀନ୍ ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ନିକଟରେ ବିଶ୍ବ ଚାମ୍ପିଅନ୍ସିପ୍ରେ କାଂସ୍ୟ ପଦକ ପାଇଥିବା ତଥା ନିୟମିତ ଭାବେ ସ୍ଥିର ପ୍ରଦର୍ଶନ ଦେଇଆସୁଥିବା ଦୀପକ ଭୋରିଆ ୫୧ କେଜି, ଅନ୍ୟତମ ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ଯୁବ ବକ୍ସର ନିଶାନ୍ତ ଦେବ ୭୧ କେଜି, ୨୦୨୧ ଏସୀୟ ଚାମ୍ପିଅନ୍ ସଂଜୀତ କୁମାର ୯୨ କେଜି ଏବଂ ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ନରେନ୍ଦର ବେରୱଲ ୯୨ କେଜିରୁ ଊର୍ଦ୍ଧ୍ବ ବର୍ଗର ହେଭିୱେଟ୍ ଓ ସୁପର ହେଭିୱେଟ୍ ବିଭାଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ବିଶ୍ବ ଯୁବ ଚାମ୍ପିଅନ୍ ସଚିନ୍ ୫୭ କେଜି ଓ ତିନିଥର ଜାତୀୟ ବିଜେତା ଲକ୍ଷ୍ୟ ଚହର ୮୦ କେଜିରେ ବରିଷ୍ଠ ଅଭିଯାନ ଆରମ୍ଭ କରିବେ। ଏମାନଙ୍କ ବ୍ୟତୀତ ମହିଳାରେ ଏସୀୟ ବିଜେତା ପରବିନ୍ ହୁଦା ୫୭ କେଜି, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜେତା ଜସ୍ମିନ୍ ଲମ୍ବୋରିଆ ୬୦ କେଜି, ୨୦୨୧ ବିଶ୍ବ ଯୁବା ବିଜେତା ଅରୁନ୍ଧତୀ ଚୌଧୁରୀ ୬୬ କେଜି, ୨୦୨୨ ଏସୀୟ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ପ୍ରୀତି ୫୪ କେଜିରେ ଏସୀୟ କ୍ରୀଡ଼ାରେ ପ୍ରତିଦ୍ବନ୍ଦ୍ବିତା କରିବେ।

Tags: