ଏସୀୟ କ୍ରୀଡ଼ା ଟ୍ରାଏଲ୍ସରେ ଭାଗ ନେଇପାରନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର ଯୋଗ୍ୟ କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍-ହକ୍ ସମିତି ଏହି ଅନୁମତି ଦେବାକୁ ଯାଉଛି। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତ୍ଙ୍କୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ସୋମବାର ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ରଖିଛନ୍ତି। ଯାହାଫଳରେ ଯନ୍ତରମନ୍ତରରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ମଧ୍ୟ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଭଳି ଆଶା ଦେଖାଦେଇଛି। ଭାରତୀୟ କୁସ୍ତି […]
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପାଇଁ ହେବାକୁ ଥିବା ଟ୍ରାଏଲ୍ସରେ ବିଭିନ୍ନ ରାଜ୍ୟର ଯୋଗ୍ୟ କୁସ୍ତିଯୋଦ୍ଧାମାନେ ଭାଗ ନେଇପାରିବେ। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍-ହକ୍ ସମିତି ଏହି ଅନୁମତି ଦେବାକୁ ଯାଉଛି। ଭାରତର ପ୍ରତ୍ୟେକ ଯୋଗ୍ୟ କ୍ରୀଡ଼ାବିତ୍ଙ୍କୁ ଟ୍ରାଏଲ୍ସରେ ଭାଗ ନେବାକୁ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ବାଜୱା ସୋମବାର ଅନୁଷ୍ଠିତ ବୈଠକରେ ପ୍ରସ୍ତାବ ରଖିଛନ୍ତି। ଯାହାଫଳରେ ଯନ୍ତରମନ୍ତରରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ମଧ୍ୟ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଭଳି ଆଶା ଦେଖାଦେଇଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ପକ୍ଷରୁ ଗତ ବର୍ଷ ଖେଳାଳି ଚୟନ ପାଇଁ ନୂଆ ନୀତି ନିର୍ଦ୍ଧାରଣ କରାଯାଇଥିଲା। ଯେଉଁମାନେ ଜାତୀୟ ପ୍ରତିଯୋଗିତା, ଜାତୀୟ ରୢାଙ୍କିଙ୍ଗ୍ ପ୍ରତିଯୋଗିତା, ଫେଡେରେସନ୍ କପ୍ କିମ୍ବା ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତିଥିବେ, କେବଳ ସେମାନେ ଟ୍ରାଏଲ୍ସରେ ଭାଗ ନେଇପାରିବେ। କିନ୍ତୁ ଆଇଓଏ ଆଡ୍-ହକ୍ ସମିତି ସଦସ୍ୟ ଭୂପୀନ୍ଦର ସିଂହ ଓପନ୍ ଟ୍ରାଏଲ୍ସ ପାଇଁ ପ୍ରସ୍ତାବ ଦେଇଛନ୍ତି। କାରଣ ଧାର୍ଯ୍ୟ ସମୟ ମଧ୍ୟରେ ଜାତୀୟ ପ୍ରତିଯୋଗିତା କରିବା ସମ୍ଭବ ହେବନାହିଁ। ତେଣୁ ଓପନ୍ ଟ୍ରାଏଲ୍ସ କରାଯାଇ ଭାରତୀୟ ଦଳ ଚୟନ କରାଯିବାକୁ ଯୋଜନା କରାଯାଇଛି।




