ଏସୀୟ କ୍ରୀଡ଼ା ଜାଭଲିନରେ ନୀରଜଙ୍କୁ ସ୍ବର୍ଣ୍ଣ, କିଶୋରଙ୍କୁ ରୌପ୍ୟ
ନୂଆଦିଲ୍ଲୀ: ହାଙ୍ଗ୍ଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ା ପୁରୁଷ ଜାଭଲିନ୍ରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ଅଲିମ୍ପିକ ଓ ବିଶ୍ବ ବିଜେତା ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିଲା ବେଳେ ଓଡ଼ିଆ ପୁଅ କିଶୋର କୁମାର ଜେନା ରୌପ୍ୟ ପାଇ ଦେଶ ପାଇଁ ଗୌରବ ଆଣିଛନ୍ତି। ଏଥିସହ ଅଲିମ୍ପିକ୍ ବିଜେତା ନୀରଜ ଏସୀୟ ମୁକୁଟ ବଜାୟ ରଖିବାରେ ସଫଳ ହୋଇଥିଲେ। ନୀରଜ ୮୮.୮୮ ମିଟର ଜାଭଲିନ ଫିଙ୍ଗି ପ୍ରଥମ ସ୍ଥାନରେ […]
ନୂଆଦିଲ୍ଲୀ: ହାଙ୍ଗ୍ଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ା ପୁରୁଷ ଜାଭଲିନ୍ରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ଅଲିମ୍ପିକ ଓ ବିଶ୍ବ ବିଜେତା ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଥିଲା ବେଳେ ଓଡ଼ିଆ ପୁଅ କିଶୋର କୁମାର ଜେନା ରୌପ୍ୟ ପାଇ ଦେଶ ପାଇଁ ଗୌରବ ଆଣିଛନ୍ତି। ଏଥିସହ ଅଲିମ୍ପିକ୍ ବିଜେତା ନୀରଜ ଏସୀୟ ମୁକୁଟ ବଜାୟ ରଖିବାରେ ସଫଳ ହୋଇଥିଲେ। ନୀରଜ ୮୮.୮୮ ମିଟର ଜାଭଲିନ ଫିଙ୍ଗି ପ୍ରଥମ ସ୍ଥାନରେ ଓ କିଶୋର ନିଜର ଶ୍ରେଷ୍ଠ ବ୍ୟକ୍ତିଗତ ଥ୍ରୋ ୮୭.୫୪ ମିଟର ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ। ଜାପାନର ରୋଡେରିକ ଗେଙ୍କି ଡିଅନ (୮୨.୮୬ ମିଟର) କାଂସ୍ୟ ପଦକ ଜିତିଥିଲେ। ଏଥିସହ କିଶୋର ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ ଟିକେଟ୍ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ନୀରଜ ପ୍ରଥମ ପ୍ରୟାସରେ ୮୨.୩୮ ମିଟର ଏବଂ କିଶୋର ୮୧.୨୬ ମିଟର ଫିଙ୍ଗିଥିଲେ। ଦ୍ବିତୀୟରେ ନୀରଜ ୮୪.୪୯ ଏବଂ କିଶୋର ୭୯.୭୬ ମିଟର ଫିଙ୍ଗି ପୂର୍ବ ପରି ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ହେଲେ ତୃତୀୟ ପ୍ରୟାସରେ କିଶୋର ୮୬.୭୭ ମିଟର ଫିଙ୍ଗି ନୀରଜଙ୍କୁ ଟପି ଶୀର୍ଷ ସ୍ଥାନ ଦଖଲ କରିବା ସହ ଅଲିମ୍ପିକ୍ ମାର୍କ ୮୫.୫୦ ମିଟରଙ୍କୁ ଡେଇଁଥିଲେ। ହେଲେ ଏହି ପ୍ରୟାସ ନୀରଜଙ୍କ ଫାଉଲ ଯାଇଥିଲା। ଚତୁର୍ଥରେ କିଶୋର ୮୭.୫୪ ମିଟର ଫିଙ୍ଗି ଥିଲା ବେଳେ ନୀରଜ ୮୮.୮୮ ମିଟର ଫିଙ୍ଗି ପୁଣି ପ୍ରଥମ ସ୍ଥାନ ଅଧିକାର କରିବା ସହ ଚଳିତ ଋତୁର ଶ୍ରେଷ୍ଠ ଥ୍ରୋ ମାରିଥିଲେ। କିଶୋରଙ୍କ ପଞ୍ଚମ ଓ ଷଷ୍ଠ ପ୍ରୟାସ ଫାଉଲ ହୋଇଥିଲା। ନୀରଜଙ୍କ ପଞ୍ଚମ ପ୍ରୟାସ ୮୦.୮୦ ଏବଂ ଶେଷ ଫାଉଲ ହୋଇଥିଲା।




