ଏସୀୟ କ୍ରୀଡ଼ାରେ ପ୍ରଥମ ଦିନରେ ଭାରତୀୟ ଫୁଟବଲ୍ ଦଳ ଚୀନ୍ଠୁ ପରାସ୍ତ
ହାଙ୍ଗଝୌ: ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଭାରତୀୟ ଫୁଟ୍ବଲ୍ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ହାଙ୍ଗଝୌରେ ଖେଳାଯାଇଥିବା ଗ୍ରୁପ୍-ଏ ମ୍ୟାଚ୍ରେ ଭାରତୀୟ ପୁରୁଷ ଦଳ ୧-୫ ଗୋଲ୍ରେ ଚୀନ୍ଠୁ ହାରିଯାଇଛି। ୧୭ତମ ମିନିଟ୍ରେ ଗାଓ ତିଆନୟିଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧର ଆହତ ସମୟରେ ଭାରତର ରାହୁଲ କେପି (୪୫+୧ ମିନିଟ୍) ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ଚୀନ୍ ଆକ୍ରମଣାତ୍ମକ ଖେଳି ୪ ଗୋଲ୍ ଲଦି […]
ହାଙ୍ଗଝୌ: ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ଭାରତୀୟ ଫୁଟ୍ବଲ୍ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ହାଙ୍ଗଝୌରେ ଖେଳାଯାଇଥିବା ଗ୍ରୁପ୍-ଏ ମ୍ୟାଚ୍ରେ ଭାରତୀୟ ପୁରୁଷ ଦଳ ୧-୫ ଗୋଲ୍ରେ ଚୀନ୍ଠୁ ହାରିଯାଇଛି। ୧୭ତମ ମିନିଟ୍ରେ ଗାଓ ତିଆନୟିଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଦ୍ଧର ଆହତ ସମୟରେ ଭାରତର ରାହୁଲ କେପି (୪୫+୧ ମିନିଟ୍) ଏହି ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ଚୀନ୍ ଆକ୍ରମଣାତ୍ମକ ଖେଳି ୪ ଗୋଲ୍ ଲଦି ଦେଇଥିଲା। ତାଓ କ୍ବିଆଙ୍ଗଲଙ୍ଗ (୭୨, ୭୫ ମିନିଟ୍) ଦୁଇଟି ଏବଂ ଡାଇ ୱେଇଜୁନ (୫୧ ମିନିଟ୍) ଓ ହାଓ ଫାଙ୍ଗ (୯୦+୨ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ସୂଚନାଯୋଗ୍ୟ, ଭାରତ ଏହି ମ୍ୟାଚ୍ରେ ଭେଟେରାନ ସୁନିଲ ଛେତ୍ରୀ ଓ ସନ୍ଦେଶ ଝିଙ୍ଗାନଙ୍କୁ ବିଶ୍ରାମ ଦେଇଥିଲା। ଭାରତ ଗୁରୁବାର ପରବର୍ତ୍ତୀ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ।




