ଏସୀୟ କବାଡ଼ିରେ ଭାରତ ବିଜୟଧାରା ଜାରି

ବୁସାନ: ଚଳିତ ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ତା’ର ବିଜୟ ଧା୍ରା ଜାରି ରଖିଛି। ପ୍ରଥମ ଦିନରେ ଆୟୋଜକ ଦକ୍ଷିଣ କୋରିଆ ଏବଂ ଚାଇନିଜ୍ ତାଇପେକୁ ହରାଇଥିବା ଭାରତ ବୁଧବାର ଜାପାନକୁ ୬୨-୧୭ରେ ମାତ୍ ଦେଇଛି। ଫଳରେ ଭାରତ ୩ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ୬ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତା ଟେବୁଲର ଶୀର୍ଷରେ ରହିଛି। ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଆଜି ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଇରାନକୁ ଭେଟିବ। ସୂଚନାଯୋଗ୍ୟ ଯେ ଭାରତ […]

Samaya Live Picture
Published On

ବୁସାନ: ଚଳିତ ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ରେ ଭାରତ ତା’ର ବିଜୟ ଧା୍ରା ଜାରି ରଖିଛି। ପ୍ରଥମ ଦିନରେ ଆୟୋଜକ ଦକ୍ଷିଣ କୋରିଆ ଏବଂ ଚାଇନିଜ୍ ତାଇପେକୁ ହରାଇଥିବା ଭାରତ ବୁଧବାର ଜାପାନକୁ ୬୨-୧୭ରେ ମାତ୍ ଦେଇଛି। ଫଳରେ ଭାରତ ୩ରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ୬ ରାଷ୍ଟ୍ରୀୟ ଏହି ପ୍ରତିଯୋଗିତା ଟେବୁଲର ଶୀର୍ଷରେ ରହିଛି। ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଆଜି ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ଇରାନକୁ ଭେଟିବ। ସୂଚନାଯୋଗ୍ୟ ଯେ ଭାରତ ଏହି ପ୍ରତିଯୋଗିତାରେ ୭ ଥର ବିଜେତା ହୋଇଛି।

Tags: