ଏସୀୟ କବାଡ଼ିରେ ଦକ୍ଷିଣ କୋରିଆ ଓ ଚାଇନିଜ୍ ତାଇପେଇକୁ ହରାଇଲା ଭାରତ

ବୁସାନ: ଦକ୍ଷିଣ କୋରିଆର ବୁସାନ୍ରେ ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ ଆରମ୍ଭ ହୋଇଥିଲା ବେଳେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇବା ପରେ ଦ୍ବିତୀୟ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ୫୩-୧୯ରେ ଭାରତ ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ୭ ଥର ବିଜେତା ଭାରତ ପୁଣି ଥରେ ଟ୍ରଫି ଦାବିଦାର ରହିଛି। ୭ ବର୍ଷ ବ୍ୟବଧାନରେ ଏସୀୟ କବାଡ଼ି ଆୟୋଜିତ ହୋଇଛି। ୨୦୧୭ରେ ହୋଇଥିବା ଶେଷ ସଂସ୍କରଣରେ […]

Samaya Live Picture
Published On

ବୁସାନ: ଦକ୍ଷିଣ କୋରିଆର ବୁସାନ୍ରେ ଏସୀୟ କବାଡ଼ି ଚାମ୍ପିଅନ୍ସିପ୍ ଆରମ୍ଭ ହୋଇଥିଲା ବେଳେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଦକ୍ଷିଣ କୋରିଆକୁ ୭୬-୧୩ ରେ ହରାଇବା ପରେ ଦ୍ବିତୀୟ ମ୍ୟାଚ୍ରେ ଚାଇନିଜ୍ ତାଇପେକୁ ୫୩-୧୯ରେ ଭାରତ ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ୭ ଥର ବିଜେତା ଭାରତ ପୁଣି ଥରେ ଟ୍ରଫି ଦାବିଦାର ରହିଛି। ୭ ବର୍ଷ ବ୍ୟବଧାନରେ ଏସୀୟ କବାଡ଼ି ଆୟୋଜିତ ହୋଇଛି। ୨୦୧୭ରେ ହୋଇଥିବା ଶେଷ ସଂସ୍କରଣରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିଅନ୍ ହୋଇଥିଲା। ଭାରତର ପରବର୍ତ୍ତୀ ମୁକାବିଲା ଆଜି ଜାପାନ ସହିତ ହେବ। ୨୯ ତାରିଖରେ ଇରାନ୍, ୩୦ ତାରିଖରେ ହଂକଂ ସହିତ ଖେଳିବା ପରେ ସେହିଦିନ ଫାଇନାଲ୍ ଅନୁଷ୍ଠିତ ହେବ।

Tags: