ଏସୀୟ ଅସିଚାଳନାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେଲେ ଭବାନୀ ଦେବୀ
ଉକ୍ସି: ଭାରତୀୟ ମହିଳା ଅସିଚାଳକ ଭବାନୀ ଦେବୀ ଏସୀୟ ଅସିଚାଳନା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେ ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ପାଇଛନ୍ତି। ସୋମବାର ମହିଳା ସବରି କ୍ବାର୍ଟର ଫାଇନାଲ୍ରେ ଭବାନୀ ୧୫-୧୦ରେ ବିଶ୍ବ ବିଜୟିନୀ ମସାକି ଏମୁରାଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ସେମିଫାଇନାଲ୍ରେ ଏହି ଭାରତୀୟ ମହିଳା ୧୪-୧୫ରେ ଉଜବେକିସ୍ତାନର ଜାୟନାମ ଦାୟିବେକୋଭାଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ୨୯ ବର୍ଷୀୟା ଭବାନୀ […]
ଉକ୍ସି: ଭାରତୀୟ ମହିଳା ଅସିଚାଳକ ଭବାନୀ ଦେବୀ ଏସୀୟ ଅସିଚାଳନା ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ସେ ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ପ୍ରଥମ ଭାରତୀୟ ହେବାର ଗୌରବ ପାଇଛନ୍ତି। ସୋମବାର ମହିଳା ସବରି କ୍ବାର୍ଟର ଫାଇନାଲ୍ରେ ଭବାନୀ ୧୫-୧୦ରେ ବିଶ୍ବ ବିଜୟିନୀ ମସାକି ଏମୁରାଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ସେମିଫାଇନାଲ୍ରେ ଏହି ଭାରତୀୟ ମହିଳା ୧୪-୧୫ରେ ଉଜବେକିସ୍ତାନର ଜାୟନାମ ଦାୟିବେକୋଭାଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ୨୯ ବର୍ଷୀୟା ଭବାନୀ ରାଉଣ୍ଡ ୬୪ରେ ବାଇ ପାଇଥିଲା ବେଳେ ରାଉଣ୍ଡ ୩୨ରେ କାଜାଖସ୍ତାନର ଡୋସ୍ପେ କାରିନାଙ୍କୁ ମାତ୍ ଦେଇଥିଲେ। ପ୍ରିକ୍ବାର୍ଟର ଫାଇନାଲ୍ରେ ସେ ତୃତୀୟ ମାନ୍ୟତାପ୍ରାପ୍ତ ଓଜାକି ସେରିଙ୍କୁ ୧୫-୧୧ରେ ହରାଇଥିଲେ।




