ଏସିଆ ବ୍ୟାଡମିଣ୍ଟନ ୫୨ ବର୍ଷ ପରେ ପଦକ ପକ୍କା କଲେ ସାତ୍ତ୍ବିକ-ଚିରାଗ
ଦୁବାଇ: ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ର ମହିଳା ଏକକରେ ଦୁଇ ଥର ଅଲିମ୍ପିକ୍ ବିଜୟୀନି ପିଭି ସିନ୍ଧୁ, ପୁରୁଷ ଏକକରେ ଏଚ୍ ଏସ୍ ପ୍ରଣୟ ଏବଂ ମିଶ୍ରିତ ଯୁଗଳରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ପରାଜୟ ସହ ବିଦାୟ ନେଇଛନ୍ତି। ତେବେ ଏକମାତ୍ର ଭାରତୀୟ ଭାବେ ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ଜିତି ସମ୍ମାନ ରଖିଛନ୍ତି। ଶୁକ୍ରବାର ଭାରତୀୟ ଭାବେ ଶେଷ ମୁକାବିଲାକୁ ଓହ୍ଲାଇଥିବା ପୁରୁଷ […]
ଦୁବାଇ: ଏସିଆ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ର ମହିଳା ଏକକରେ ଦୁଇ ଥର ଅଲିମ୍ପିକ୍ ବିଜୟୀନି ପିଭି ସିନ୍ଧୁ, ପୁରୁଷ ଏକକରେ ଏଚ୍ ଏସ୍ ପ୍ରଣୟ ଏବଂ ମିଶ୍ରିତ ଯୁଗଳରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ପରାଜୟ ସହ ବିଦାୟ ନେଇଛନ୍ତି। ତେବେ ଏକମାତ୍ର ଭାରତୀୟ ଭାବେ ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ଜିତି ସମ୍ମାନ ରଖିଛନ୍ତି। ଶୁକ୍ରବାର ଭାରତୀୟ ଭାବେ ଶେଷ ମୁକାବିଲାକୁ ଓହ୍ଲାଇଥିବା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ଓ ଚିରାଗ ମାତ୍ର ୨୭ ମିନିଟ୍ ଲଢ଼େଇ କରି ୨୧-୧୧ ଓ ୨୧-୧୨ ରେ ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ଏହସାନ ଓ ହେନ୍ଦ୍ରା ସେତିୱାନଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଏଥି ସହିତ ଏହି ଯୋଡ଼ି ମଧ୍ୟ ଭାରତ ପାଇଁ ଏସିଆ ପଦକ ନିଶ୍ଚିତ କରିଛନ୍ତି। ପୁଣି ୫୨ ବର୍ଷ ପରେ ଯୁଗଳରୁ ଭାରତକୁ ଏସିଆ ପଦକ ମିଳିବାକୁ ଯାଉଛି। ସେମିଫାଇନାଲ୍ରେ ସାତ୍ତ୍ବିକ-ଚିରାଗ ଯୋଡ଼ି ଚାଇନିଜ୍ ତାଇପେ ଯୋଡ଼ି ଲି ୟାଙ୍ଗ୍ ଓ ୱାଙ୍ଗ୍ ଚି ଲିନ୍ଙ୍କ ସହ ମୁହାଁମୁହିଁ ହେବେ।




