ଏସିଆ ବ୍ୟାଡମିଣ୍ଟନର ପରବର୍ତ୍ତୀ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ

ଦୁବାଇ: ଏସିଆ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଗତ ସଂସ୍କରଣରେ କାଂସ୍ୟ ଜିତିଥିବା ପିଭି ସିନ୍ଧୁଙ୍କ ସହିତ କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ସିଙ୍ଗଲ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡ ହାରି ବିଦାୟ ନେଇଛନ୍ତି। ସିଙ୍ଗାପୁରର କିନ୍ ୟିଉଙ୍କଠାରୁ ୭-୨୧ ଓ ୨୧-୨୩ରେ ଲକ୍ଷ୍ୟ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ବାହାରିନର ଅଦନାନ ଇବ୍ରାହିମଙ୍କୁ ୨୧-୧୩ ଓ ୨୧-୧୮ରେ ଏବଂ ପ୍ରଣୟ ୨୧-୧୪, ୨୧-୯ରେ ମିଆଁମାରର ନାଇଙ୍ଗ ଫୋନ୍ […]

Samaya Live Picture
Published On

ଦୁବାଇ: ଏସିଆ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଗତ ସଂସ୍କରଣରେ କାଂସ୍ୟ ଜିତିଥିବା ପିଭି ସିନ୍ଧୁଙ୍କ ସହିତ କିଦାମ୍ବି ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ସିଙ୍ଗଲ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ପୁରୁଷ ଏକକରେ ଲକ୍ଷ୍ୟ ସେନ୍ ପ୍ରଥମ ରାଉଣ୍ଡ ହାରି ବିଦାୟ ନେଇଛନ୍ତି। ସିଙ୍ଗାପୁରର କିନ୍ ୟିଉଙ୍କଠାରୁ ୭-୨୧ ଓ ୨୧-୨୩ରେ ଲକ୍ଷ୍ୟ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ଶ୍ରୀକାନ୍ତ ବାହାରିନର ଅଦନାନ ଇବ୍ରାହିମଙ୍କୁ ୨୧-୧୩ ଓ ୨୧-୧୮ରେ ଏବଂ ପ୍ରଣୟ ୨୧-୧୪, ୨୧-୯ରେ ମିଆଁମାରର ନାଇଙ୍ଗ ଫୋନ୍ ପାଇଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି। ସେହିପରି ସିନ୍ଧୁ ମହିଳା ଏକକ ପ୍ରଥମ ରାଉଣ୍ଡରେ ଚାଇନିଜ୍ ତାଇପେ ପ୍ରତିଦ୍ବନ୍ଦ୍ବୀ ସୁ ୱେନ୍ ଚି’ଙ୍କୁ ୨୧-୧୫ ଓ ୨୨-୨୦ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛନ୍ତି। ହେଲେ ମାଲ୍ବିକା ବନ୍ସୁଦ ଏବଂ ଆକର୍ଷି କାଶ୍ୟପଙ୍କୁ ଆରମ୍ଭରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଇଣ୍ଡୋନେସିଆ ଯୋଡ଼ି ଲାନି ତ୍ରିଆ ମାୟାସାରି ଓ ରିବ୍କା ସୁଗିଆର୍ତୋଙ୍କୁ ୧୭-୨୧, ୨୧-୧୭ ଓ ୨୧-୧୮ରେ ପରାସ୍ତ କରି ମହିଳା ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି। ତେବେ ଅଶ୍ବିନୀ ଭଟ-ଶିଖା ଗୌତମ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୁଗଳରେ କୃଷ୍ରପ୍ରସାଦ ଗାରଗା-ବିଷ୍ଣୁବର୍ଦ୍ଧନ ଗୌଡ଼ ପାଞ୍ଜଲା, ପିଏସ୍ ରବିକୃଷ୍ଣ-ଶଙ୍କର ପ୍ରସାଦ ଉଦୟକୁମାର ଏବଂ ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଳ ଯୋଡ଼ି ପରାଜୟ ବରଣ କରିଛନ୍ତି। ପୁରୁଷ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ରଥମ ରାଉଣ୍ଡରେ ୨୧-୧୪, ୨୧-୧୭ରେ ମାଲେସିଆ ଯୋଡ଼ି ମେଙ୍ଗ ଟାନ୍ କ୍ୟାନ ଓ ୱି କିଙ୍ଗ୍ ଟାନ୍ଙ୍କୁ ଏବଂ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି ମିଶ୍ରିତ ଯୁଗଳ ପ୍ରଥମ ରାଉଣ୍ଡରେ ମାଲେସିଆ ଯୋଡ଼ି ଚାନ୍ ପେଙ୍ଗ୍ ସୁନ୍ ଓ ଚିହ ୟି ସି’ଙ୍କୁ ୨୧-୧୨ ଓ ୨୧-୧୬ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି।

Tags: