ଏସିଆ କପ୍ ସୁପର-୪ରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ଲାହୋର: ଏସିଆ କପ୍ର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ୭ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଘରୋଇ ଦଳ ସମ୍ମୁଖରେ ୧୯୪ ରନ୍ର ଲକ୍ଷ୍ୟ ରଖିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଫକର ଜମାନ (୨୦), ଇମାମ ଉଲ୍ ହକ୍ (୭୮) ଓ ବାବର ଆଜମ୍ (୧୭)ଙ୍କ ୱିକେଟ୍ ବିନିମୟରେ ପାକିସ୍ତାନ ୩୯.୩ ଓଭରରେ ମ୍ୟାଚ୍ ଜିତିଥିଲା। ମହମ୍ମଦ ରିଜୱାନ୍ ଓ ଇମାମ୍ଙ୍କ ମଧ୍ୟରେ ତୃତୀୟ ଓ୍ବିକେଟ୍ ଭାଗୀଦାରି (୮୫) […]

Samaya Live Picture
Published On

ଲାହୋର: ଏସିଆ କପ୍ର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ୭ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଘରୋଇ ଦଳ ସମ୍ମୁଖରେ ୧୯୪ ରନ୍ର ଲକ୍ଷ୍ୟ ରଖିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ଫକର ଜମାନ (୨୦), ଇମାମ ଉଲ୍ ହକ୍ (୭୮) ଓ ବାବର ଆଜମ୍ (୧୭)ଙ୍କ ୱିକେଟ୍ ବିନିମୟରେ ପାକିସ୍ତାନ ୩୯.୩ ଓଭରରେ ମ୍ୟାଚ୍ ଜିତିଥିଲା। ମହମ୍ମଦ ରିଜୱାନ୍ ଓ ଇମାମ୍ଙ୍କ ମଧ୍ୟରେ ତୃତୀୟ ଓ୍ବିକେଟ୍ ଭାଗୀଦାରି (୮୫) ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲା। ରିଜୱାନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୩ ରନ୍ କରିଥିଲେ। ଏଥିପୂର୍ବରୁ ବାଂଲାଦେଶ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବେଳେ ମଧ୍ୟକ୍ରମରେ ସାକିବ ଅଲ୍ ହାସନ ଓ ମୁସିଫିକୁର ରହିମ ଦଳକୁ ଦଳକୁ ଉଦ୍ଧାର କରିଥିଲେ। ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ରେ ଶତକୀୟ ଭାଗୀଦାରି (୧୦୦ ରନ୍, ୧୨୦ ବଲ୍) ହୋଇଥିଲା। କିନ୍ତୁ ସାକିବ ଆଉଟ୍ ହେବା ପରେ ପୁଣି ୱିକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା ଓ ଦଳ ୩୮.୪ ଓଭରରେ ଅଲ୍ଆଉଟ୍ ହୋଇଥିଲା। ହାରିସ୍ ରୌଫ୍ ସଫଳ ବୋଲର (୪/୧୯) ହୋଇଥିଲା ବେଳେ ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିବା ନସୀମ ଶାହ (୩/୩୪), ସାହିନ ଶାହ ଆଫ୍ରିଦି, ଫହିମ୍ ଆଶ୍ରଫ ଓ ଇଫତିକାର ଅହମଦ ଅନ୍ୟ ୱିକେଟ୍ଗୁଡ଼ିକୁ ବାଣ୍ଟି ନେଇଥିଲେ।

Tags: