ଏସିଆ କପ୍ ପାଇଁ ଭାରତୀୟ ଦଳକୁ ରାହୁଲ, ଶ୍ରେୟସ, ବୁମରା ଫେରିଲେ
ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ବିସିସିଆଇ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଆହତ ପାଇଁ କ୍ରିକେଟ୍ଠୁ ଦୂରରେ ଥିବା କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫିଟ୍ନେସ୍ ପ୍ରମାଣ ଦେଇଥିବା ଯଶପ୍ରୀତ୍ ବୁମ୍ରା ଦିନିକିଆ ଦଳକୁ ଫେରିଛନ୍ତି। ଦିନିକିଆ ବିଶ୍ବକପ୍ ପ୍ରସ୍ତୁତିକୁ ନଜରରେ ରଖି ଏହି ଦଳ ଘୋଷଣା କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା […]
ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ବିସିସିଆଇ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଆହତ ପାଇଁ କ୍ରିକେଟ୍ଠୁ ଦୂରରେ ଥିବା କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଫିଟ୍ନେସ୍ ପ୍ରମାଣ ଦେଇଥିବା ଯଶପ୍ରୀତ୍ ବୁମ୍ରା ଦିନିକିଆ ଦଳକୁ ଫେରିଛନ୍ତି। ଦିନିକିଆ ବିଶ୍ବକପ୍ ପ୍ରସ୍ତୁତିକୁ ନଜରରେ ରଖି ଏହି ଦଳ ଘୋଷଣା କରାଯାଇଥିବା ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଭାରତୀୟ ଦଳରେ ଯୁବ ଖେଳାଳି ତିଳକ ବର୍ମା ଓ ପ୍ରସିଦ୍ଧ କୃଷ୍ଣଙ୍କୁ ସାମିଲ କରାଯାଇଥିଲା ବେଳେ ସଞ୍ଜୁ ସାମସନ୍ ସଂରକ୍ଷିତ ଖେଳାଳି ଭାବେ ଦଳ ସହିତ ଶ୍ରୀଲଙ୍କା ଯାତ୍ରା କରିବେ।
ଏସିଆ କପ୍ରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁଲତାନରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବା ପରେ ସେପ୍ଟେମ୍ବର ୨ ତାରିଖରେ କାଣ୍ଡିରେ ପାକିସ୍ତାନକୁ ଭେଟିବ। ଗ୍ରୁପ୍ ଏ’ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିଲା ବେଳେ ଗ୍ରୁପ୍ ବି’ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଅଛନ୍ତି। ପ୍ରତି ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ ସୁପର ୪କୁ ଯୋଗ୍ୟତା ଅଜର୍ନ କରିବ। ଏହି ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ଦଳ ସେପ୍ଟେମ୍ବର ୧୭ତାରିଖରେ ଫାଇନାଲ୍ ଖେଳିବେ। ପ୍ରତିଯୋଗିତାରେ ମୋଟ ୧୩ ମ୍ୟାଚ୍ ଖେଳାଯିବ। ସେଥିମଧ୍ୟରୁ ୪ ମ୍ୟାଚ୍ ପାକିସ୍ତାନରେ ଆୟୋଜିତ ହେବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି, ଈଶାନ କିଶନ, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କୃଷ୍ଣ।




