ଏସିଆ କପ୍ ଖେଳିବା ଲାଗି ପାକିସ୍ତାନ ଯିବନି ଭାରତ: ଧୂମାଲ୍
ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଶ୍ରୀଲଙ୍କାରେ ହେବା ପ୍ରାୟତଃ ନିଶ୍ଚିତ ହୋଇଛି। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବନି ବୋଲି ବୁଧବାର ବିସିଆଇର ବରିଷ୍ଠ ଅଧିକାରୀ ଅରୁଣ ଧୂମାଲ ସ୍ପଷ୍ଟ କରିଛନ୍ତି। ସଂପ୍ରତି ଧୂମାଲ ଗୁରୁବାର ହେବାକୁଥିବା ଆଇସିସି ମୁଖ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସହ ଡର୍ବାନରେ ଅଛନ୍ତି। ଏହି ଅବସରରେ ଏସିଆ […]
ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ଶ୍ରୀଲଙ୍କାରେ ହେବା ପ୍ରାୟତଃ ନିଶ୍ଚିତ ହୋଇଛି। ତେଣୁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବନି ବୋଲି ବୁଧବାର ବିସିଆଇର ବରିଷ୍ଠ ଅଧିକାରୀ ଅରୁଣ ଧୂମାଲ ସ୍ପଷ୍ଟ କରିଛନ୍ତି। ସଂପ୍ରତି ଧୂମାଲ ଗୁରୁବାର ହେବାକୁଥିବା ଆଇସିସି ମୁଖ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଲାଗି ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସହ ଡର୍ବାନରେ ଅଛନ୍ତି। ଏହି ଅବସରରେ ଏସିଆ କପ୍ ସୂଚୀ ନିଶ୍ଚିତ କରିବା ଲାଗି ଶାହ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରତିନିଧି ମୁଖ୍ୟ ଜାକା ଅଶ୍ରଫଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଲିଗ୍ ପର୍ଯ୍ୟାୟର ୪ଟି ମ୍ୟାଚ୍ ପାକିସ୍ତାନରେ ହେବ। ଭାରତ-ପାକିସ୍ତାନ ମ୍ୟାଚ୍ ସହ ୯ ମ୍ୟାଚ୍ ଶ୍ରୀଲଙ୍କାରେ ହେବା ନିଶ୍ଚିତ ହୋଇଛି। ଏଥିସହ ଯଦି ଉଭୟ ଦଳ ଫାଇନାଲ୍ରେ ପହଞ୍ଚନ୍ତି ତେବେ ଏହା ମଧ୍ୟ ଶ୍ରୀଲଙ୍କା ଆୟୋଜନ କରିବ ବୋଲି ଦୁଇ ଅଧିକାରୀ ସହମତି ହୋଇଛନ୍ତି ବୋଲି ଧୂମାଲ କହିଛନ୍ତି। ତେଣୁ ପାକିସ୍ତାନ ତା’ ଘରୋଇ ପଡ଼ିଆରେ କେବଳ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳିବ। ଏହାବ୍ୟତୀତ ପାକିସ୍ତାନରେ ଆଫ୍ଗାନିସ୍ତାନ-ବାଂଲାଦେଶ, ବାଂଲାଦେଶ-ଶ୍ରୀଲଙ୍କା ଏବଂ ଶ୍ରୀଲଙ୍କା-ଆଫ୍ଗାସ୍ତାନ ମ୍ୟାଚ୍ ଖେଳାଯିବ।




